xmas

ବାରିପଦା ପୌରପାଳିକା ପକ୍ଷରୁ ବନମହୋତ୍ସବ ସାଙ୍ଗକୁ “ମୋ ଖତ” ର ଶୁଭାରମ୍ଭ

୨୯-୦୭-୨୦୨୨
ମୟୂରଭଞ୍ଜ।

ବାରିପଦା ପୌରପାଳିକା ତରଫରୁ ସ୍ଥାନୀୟ ରଘୁନାଥପୁର ସ୍ଥିତ ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର ଠାରେ ବନ ମହୋତ୍ସବ ଅବସରରେ ଏକ ସାମୁହୀକ ବନୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାରିପଦା ପୌରପାଳିକାର ଅଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ବାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟ କରିଥିଲେ । ସମ୍ମାନୀତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଋଷିକେଶ ଧ୍ୟାନଦେଓ ଖିଲାରୀ, ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ଯୋଷୀ, ବାରିପଦା ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଅନ୍ୟା ଦାସ ପ୍ରମୁଖ ଯୋଗଦେଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ବନୀକରଣ କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଗୋଟି ବୃକ୍ଷରୋପଣ କରାଯାଇଥିଲା ।ସେହିପରି ବାରିପଦା ପୌରପାଳିକା ତରଫରୁ ସହରର ବିଭିନ୍ନ ବର୍ଜ୍ୟବସ୍ତୁରେ ଉତ୍ପାଦୀତ ହେଉଥିବା ଖତ କେନ୍ଦ୍ରକୁ ସମସ୍ତ ଅତିଥି ବୁଲି ଦେଖିବା ସହ ପ୍ରଶଂସା କରିଥିଲେ । ମୟୂରଭଞ୍ଜ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ତରଫରୁ ଉକ୍ତ
କେନ୍ଦ୍ରରୁ ଉତ୍ପାଦିତ ହେଉଥିବା “ମୋ ଖତ” (Compost) କ୍ରୟ କରିବା ନିମନ୍ତେ ୭୩ ମ୍ୟାଟ୍ରିକ ଟନ ଖତ ନିମନ୍ତେ ଆଦେଶ
ଦିଆଯିବା ପରିପ୍ରେକ୍ଷୀରେ ଆଜି ୩ ମ୍ୟାଟ୍ରିକ ଟନ ଖତ ଉକ୍ତ କାର୍ଯ୍ୟାଳୟକୁ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ବାଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସମୟରେ ଅନ୍ୟାନ୍ୟ ଅତିଥି ମାନଙ୍କ ସହ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ରମାକାନ୍ତ ଗିରି ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଉପନଗରପାଳ ଶ୍ରୀମତୀ ସୀମା ଦାସ, ମ୍ୟୁନିସିପାଲ ଇଞ୍ଜିନିୟର ଶଚ୍ଚିଦାନନ୍ଦ ଶତପଥି, ଜୁନିୟର ଇଞ୍ଜିନିୟର ଯାଦବେନ୍ଦ୍ର ମହାପାତ୍ର, ଦେବାଶୀଷ ସ୍ବାଇଁ, ସାନିଟାରୀ ଏକ୍ସପାର୍ଟ ଗୌରୀଶଙ୍କର ନାୟକ, ଅମ୍ଳାନ ପଟ୍ଟନାୟକ, ସାର୍ଥକ ପ୍ରୟାସ ପାତ୍ର, ସମସ୍ତ ୱାର୍ଡ କାଉନ୍ ସିଲର ତଥା ଉକ୍ତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଦାୟୀତ୍ବରେ ଥିବା ଲକ୍ଷ୍ମୀନାରାୟଣ ଆଞ୍ଚଳିକ ମହାସଂଘର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.