xmas

ଡାଇରିଆକୁ ରୋକିବ ଓଆରଏସ୍‌ ସମ୍‌ରେ ବିଶ୍ୱ ଓଆରଏସ ଦିବସ ପାଳିତ

ଭୁବନେଶ୍ୱର, ୨୯/୦୭: ବର୍ତମାନ ଡାଇରିଆ ଏକ ଚିନ୍ତାର କାରଣ ପାଲଟିଥିବା ବେଳେ ଶିଶୁମାନଙ୍କ କ୍ଷେତ୍ରରେ ଏହାକୁ ରୋକିବା ଦିଗରେ ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ ଅର୍ଥାତ୍ (ଓଆର୍‌ଏସ୍‌) ଅନେକ ମାତ୍ରାରେ ସ୍ୱାସ୍ଥ୍ୟ ପକ୍ଷେ ହିତକର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ବିଶ୍ୱ ଓଆର୍‌ଏସ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ଓରାଲ୍ ରିହାଇଡ୍ରେସନ୍ ଥେରାପି ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି ।ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାଇରିଆ ଭଳି ରୋଗରେ ପୀଡ଼ିତ ହେଉଥିବା ଶିଶୁମାନଙ୍କୁ ଓଆର୍‌ଏସ୍‌
ପ୍ରଦାନ ନିମନ୍ତେ ବିଶେଷଜ୍ଞମାନେ ବିସ୍ତୃତ ଭାବେ ବୁଝାଇଥିଲେ । ଚଳିତ ବିଶ୍ୱ ଓଆର୍‌ଏସ୍ ଦିବସର ଥିମ୍ ରହିଛି “ଯୋଡି ନମ୍ବର ୱାନ୍‌: ଓଆର୍‌ଏସ୍ ଆଣ୍ଡ ଜିଙ୍କ” । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ ଡାକ୍ତର ଅଜୟ କୁମାର ଜେନାଙ୍କ ସମେତ ବିଭାଗୀୟ ଫ୍ୟାକଲ୍ଟି ଡାକ୍ତର ସ୍ୱରୁପ ବିଶୋଇ, ଡାକ୍ତର ସରୋଜ ଶତପଥୀ, ଡାକ୍ତର ଅରକ୍ଷିତ ସ୍ୱାଇଁ, ଡାକ୍ତର ମୃତୁଞ୍ଜୟ ଦାଶ, ଡାକ୍ତର ଡି. କେ. ଦାଶ, ଡାକ୍ତର ବି.କେ. ବେହେରା, ଡାକ୍ତର ଜେ. ବିକ୍ରାନ୍ତ ପୃଷ୍ଟି, ଡାକ୍ତର ଡି. ରଥ ଏବଂ ଡାକ୍ତର ଜେ. ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।ଡାକ୍ତର ବି.ଡି ଦାଶ କାଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.