xmas

ହର-ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ମାଲକାନଗିରି ସହର ତ୍ରିରଙ୍ଗାମୟ

ମାଲକାନଗିରି-::ମାଲକାନଗିରି ଜିଲ୍ଲା ସଦର ମହକୁମା ରେ ଥିବା ମୁଖ୍ୟ ଡାକ କେନ୍ଦ୍ରରେ ଆଜି ହର-ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସମସ୍ତେ ପାଳନ କରିବାର ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଲକାନଗିରି ମୁଖ୍ୟ ଡାକ ଘରର ମୁଖ୍ୟ ପରିଚାଳକ ଦାଇତ୍ୱରେ ଥିବା ଆରତୀ ପାଣିଗ୍ରାହୀ, ମାଲକାନଗିରି ପୋୖରାଧକ୍ଷ ମନୋଜ କୁମାର ବାରିକ, ମାଲକାନଗିରି ପୋୖରଅଧିକାରୀ କେ ଅଶୋକ ଚକ୍ରବର୍ତ୍ତୀ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସଦର ମହକୁମା ପ୍ରଭାତ ଫେରି କରି ଲୋକଙ୍କୁ ହର-ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଚେତନ କରିଥିଲେ । ଡାକ-ଘରେ ସୁଲଭ ମୂଲ୍ୟରେ ତ୍ରିରଙ୍ଗା ଉପଲବ୍ଧ ଥିବାବେଳେ ଏହାକୁ ସମସ୍ତେ ନେଇ ନିଜ ଘରେ ଲଗାଇବା ସହ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆବାହନ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିବା ବେଳେ ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମସ୍ତେ ଏହି କାର୍ଯ୍ୟକ୍ରମରେ ସ୍ୱତଃପ୍ରତ ଭାବେ ସାମିଲ ହେବାକୁ ସଚେତନ କରାଯାଇଥିଲା ।

Leave A Reply

Your email address will not be published.