ଲଗାଣ ବର୍ଷା ରେ କନ୍ଧମାଳ ବେହାଲ

ଫୁଲବାଣୀ -୧୪/୦୮ ଗତ ଦୁଇ ତିନି ଦିନ ହେଲା ଲଗାଣ ବର୍ଷାରେ କନ୍ଧମାଳ ବେହାଲ ହୋଇପଡିଛି l ଜିଲ୍ଲାରେ ଥିବା ବିଭିନ୍ନ ନଦୀର ଜଳ-ସ୍ତର ବଢ଼ିବାରେ ଲାଗିଛି l ଫୁଲବାଣୀ ସହର ଦେଇ ବୋହି ଯାଇଥିବା ପିଲା-ସଲୁଙ୍କି ନଦୀରେ ବନ୍ୟା ପାଣି ଆସିବା ଯୋଗୁଁ ଡାକପାଲା ପୋଲ ଉପରେ ଦୁଇ ତିନି ଫୁଟ ଉଚରେ ପାଣି ଚାଲୁଥିବା ଯୋଗୁଁ ନଦୀଖଣ୍ଡି ସାହି ଓ ଡାକପାଲା ବିଚ୍ଛିନ୍ନ ହୋଇଛି l ଗତ ରାତିଠାରୁ ଲଗାଣ ବର୍ଷା ଯୋଗୁଁ ଫୁଲବାଣୀ ସହର ରାସ୍ତାରେ ମଧ୍ୟ ଦୁଇ ଫୁଟର ପାଣି ଚାଲିବାର ଦେଖିବାକୁ ମିଳିଛି l ଫୁଲବାଣୀ ର ମାଷ୍ଟ୍ର ପଡା, ନଦୀଖଣ୍ଡି, ପ୍ରକୃତି ବିହାର, ଆଦି ବିଭିନ୍ନ ସାହିରେ କେଉଁଠି କେଉଁଠି ଘରେ ମଧ୍ୟ ପାଣି ପଶିବାର ଦେଖିବାକୁ ମିଳିଛି l ଜିଲ୍ଲାର ବିଭିନ୍ନ ବ୍ଲକରେ କେତକ କଚା-ଘର କାଂଥ ମଧ୍ୟ ଭୁଷୁଡ଼ି ପଡିଥିବା ଖବର ମିଳିଛି l ଗତକାଲି ଜିଲ୍ଲାର ଫିରିଙ୍ଗିଆ ବ୍ଲକରେ ସର୍ବାଧିକ ୧ ୬ ୧.୬ ମି ମି ବର୍ଷା ହୋଇଥିବାବେଳେ ଫୁଲବାଣୀରେ ୮0 ମିମି, କ. ନୂଆଗାଁ ରେ ୭୬ ମିମି, ବାଲିଗୁଡା ୬୫ ମି ମି, ରାଇକିଆ ୬୨ ମିମି, ବର୍ଷା ହୋଇଥିବାବେଳେ ଅନ୍ୟ ସବୁ ସ୍ଥାନରେ କମ ପରିମାଣ ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ବନ୍ୟା ଉପରେ ପ୍ରଶାସନ ସତର୍କ ଦ୍ରୁଷ୍ଟି ରଖିଛି, ଆବଶ୍ୟକ ସ୍ଥଳେ ପାଣି ଘେରରେ ଥିବା ଲୋକଙ୍କୁ ମାଗଣା ରନ୍ଧା-ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି l ପ୍ରତି ବ୍ଲକ ଓ ତହସିଲ ଅଞ୍ଚଳରେ କଣ୍ଟ୍ରୋଲ ରୁମ ଖୋଲା ଥିବା ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ କହିଛନ୍ତି l

Leave A Reply

Your email address will not be published.