ଏମ ଭି ୭୯ ଜେ.ଏମ.ଏଫ.ସି କୋର୍ଟରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

କାଲିମେଳା:ତା ୧୪/୦୮ମାଲକାନଗିରି ଜିଲ୍ଲା ଏମ ଭି ୭୯ ଜେଏମଏଫସି କୋର୍ଟରେ ତାଲୁକ ଆଇନ କମିଟି ତରଫରୁ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ କୋର୍ଟର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ତଥା ତାଲୁକ ଆଇନ ସେବା ପ୍ରାଧିକରଣର ଚେୟାରମେନ ପ୍ରବୀଣ କୁମାର ହୋତାଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ଆଇନ ସେବା ଯୋଗାଇଦେବା ପାଇଁ ବିଭିନ୍ନ ମତ ରଖିଥିଲେ । ଏଥିସହ ଗରିବ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଯୋଗାଇ ଦେବା ପାଇଁ ତାଲୁକ ସ୍ତରରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଗତ କିଛିଦିନ ଧରି ଏମଭି ୭୯, ମୋଟୁ, କାଲିମେଳା ଓ ପଡିଆ ଥାନା ପକ୍ଷରୁ ଗାଆଁ ଗାଆଁ ବୁଲି ଆଇନ ସେବା ପ୍ରାଧୀକରଣ, ତାଲୁକ ସ୍ତରୀୟ ବିଭିନ୍ନ ଆଇନ ସେବା ବାବଦରେ ସଚେତନତା ସୃଷ୍ଟି କରାଯାଇଥିବା କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ପ୍ରାଧିକରଣର ଆଇନଜୀବୀ ହିରୋଜ କୁମାର ପାଣିଗ୍ରାହୀ, ବାସୁଦେବ ଦେବନାଥ,ଲଛମନ ଥାପା, ବିପ୍ଲବ ଦତ, ବିବେକାନନ୍ଦ ନାଥ, କୋର୍ଟର କର୍ମଚାରୀ ଚନ୍ଦନ କୁମାର ମଣ୍ଡଳ, ସମେତ କର୍ମଚାରୀ ଓ ଶତାଧିକ ଲୋକ ଉପସ୍ତିତ ଥିଲେ । ଏହି ଜାତୀୟ ଲୋକ ଅଦାଲତରେ ୯୨ ଗୋଟି ମାମଲାର ଫଇସଲା କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.