ମାଲକାନଗିରି ସମବାୟ ସମିତି ପକ୍ଷରୁ ସଭାପତି ଓ ଉପସଭାପତିଙ୍କୁ ସମ୍ୱର୍ଦ୍ଧନା ଓ ବୈଠକ ଅନୁଷ୍ଟିତ

ମାଲକାନଗିରି: ନୂତନ ଭାବରେ ନିର୍ବାଚିତ ହୋଇଥିବା ମାଲକାନଗିରି ସମବାୟ ସମିତି ସଭାପତି ଉଦୟ ନାରାୟଣ ବୁରୁଦ। ଓ ଉପସଭାପତି ସୁକାନ୍ତି ବୁରୁଦ। ଏବଂ ନୂତନ ନିର୍ବାଚିତ ନିର୍ଦ୍ଦେଶକ ଙ୍କୁ ସମିତି ପକ୍ଷ ରୁ ସମ୍ବର୍ଧନା ପ୍ରଦାନ କରାଯାଇ ଥିଲା ମାଲକାନଗିରି ସମବାୟ ସମିତି କାର୍ଯ୍ୟାଳୟ ବୈଠକ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିମନ୍ୟୁ ନାୟକ ସଭାପତିତ୍ବ କରିଥିଲେ ।ଏହି ସମ୍ବର୍ଧନା ସଭାରେ ନବ ନିର୍ବାଚିତ ସମସ୍ତ ନିର୍ଦ୍ଦେଶକଙ୍କୁ ମଧ୍ୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା ପରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା । ମଣ୍ଡି,ଚାଷୀ ପଞ୍ଜିକରଣ,ସାର ଚାଷୀ ଋଣ ଇତ୍ୟାଦି ସଂପର୍କରେ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା ।
ନୂତନ ନିର୍ବାଚିତ ନିର୍ଦ୍ଦେଶକ ମାନେ ହେଲେ ସରୋଜ କୁମାର ମହାନ୍ତି, ବିଭୂତି ମିସ୍ତ୍ରୀ, ନୀଳ କଣ୍ଠ ଝୋଲା, ମନୋରଞ୍ଜନ ମାଡି, ରମେଶ ପୋଡ଼ିଅମି, ଦାଶରଥି ବେହେରା, ନରସିଂହ ମାଡ଼କାମୀ, ହରି ମାଡ଼ି, ଚମ୍ପା କୋପେ, ବିକାଶ ସିଲ, ପଦଲମ୍ ବରଜା, ସମରା ପୋଟଲା ଏବଂ ଏ ଆର୍ ସି ଏସ ଇନ୍ସପେକ୍ଟର ଅର୍ଜୁନ ଚରଣ ମହନ୍ତ ଏବଂ ଲ୍ୟାମ୍ପର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.