ମୟୂରଭଞ୍ଜ, ୦୯-୦୯-୨୦୨୨: ଆଜି ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ ଜ଼ିଲ୍ଲା ସଭାପତି ଧରମରାଜ ହାଁସଦାଙ୍କ ନେତୃତ୍ୱରେ ମୟୁରଭଞ୍ଜ ଅତିରିକ୍ତ ଜ଼ିଲ୍ଲା ପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଜରିଆରେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଗଠନର ଦାବି ଯେ ମୟୁରଭଞ୍ଜ ଜ଼ିଲ୍ଲା ଫୁଟବଲର ଏନ୍ତୁଡ଼ିଶାଳା। ଏଠାରେ ପ୍ରତେକ ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚାରିଆଡେ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ଖେଳ ହୁଏ। ଛୋଟ ପିଲା ରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଲୋକ ଫୁଟବଲ ଖେଳନ୍ତି। ଆଜିବି ଯଦି ଦୃଷ୍ଟି ପକାଯାଏ ତେବେ ଅନ୍ୟ ରାଜ୍ୟର ଫୁଟବଲ ଟିମରେ ମୟୁରଭଞ୍ଜ ଜ଼ିଲ୍ଲାର ଖେଳାଳୀ ପ୍ରତିନିଧିତ୍ୱ କରିବା ବା ଖେଳୁଥିବା ଦେଖିବାକୁ ମିଳେ। ଆଉ ସାଧାରଣତଃ ଜିଲ୍ଲାରେ ଯେଉଁଠିବି ଯଦି ଛୋଟ ହେଉ କି ବଡ଼ ଫୁଟବଲ ଟୁର୍ନାମେଣ୍ଟ ହୁଏ ତେବେ ହଜାର ହଜାର ସଂଖ୍ୟାରେ ଲୋକ ସମାଗମ ହୋଇଥାନ୍ତି। ଯୋଉଠୁ ଜଣାପଡେ ମୟୁରଭଞ୍ଜରେ ଫୁଟବଲ ଖେଳର ଭଲ ପାଇବା। ଫୁଟବଲ ଏକାଡେମୀ ହେଲେ ଗାଁ ଗାଁରୁ ପିଲାମାନେ ଆସି ନିଜର ଦକ୍ଷତା ବୃଦ୍ଧି ସହିତ ଆଗାମୀ ଦିନରେ ଭାରତ ଟିମରେ ମଧ୍ୟ ସାମିଲ ହୋଇପାରିବେ। ରାଜ୍ୟ ସରକାର ସୁନ୍ଦରଗଡ଼ ଜ଼ିଲ୍ଲାକୁ ପ୍ରାଧନ୍ୟ ଦେଇ ବିଶ୍ୱସ୍ତରୀୟ ହୋକି ଷ୍ଟାଡିୟମ କଲେ କିନ୍ତୁ ମୟୁରଭଞ୍ଜ ଜ଼ିଲ୍ଲା ଫୁଟବଲ ଏନ୍ତୁଡ଼ିଶାଳାକୁ ପ୍ରାଧନ୍ୟ ଦେଇ ଫୁଟବଲ ଏକାଡେମୀ ଗଠନ ହେଲେ ଜ଼ିଲ୍ଲାରୁ ଭଲ ଭଲ ଫୁଟବଲ ଖେଳାଳୀ ବାହାରି ପାରିଥାନ୍ତେ। ଯାହାକୁ ନେଇ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନ ପକ୍ଷରୁ ଆଗମି ୧୫ ଦିନ ପରେ ଅଭିନବ ଉପାୟରେ ପ୍ରତିବାଦ କରିବା ସହିତ ଜ଼ିଲ୍ଲାପାଳ ଙ୍କ କାର୍ଯାଳୟ ସମୁଖରେ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନି ଦେଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ବିଶ୍ୱଜିତ ମୁର୍ମୁ, ଗଣେଶ ବିନ୍ଧାଣି, ସୁନୀଲ ବେସ୍ରା, ରାମ ହେମ୍ବ୍ରମ, ରଜତ ହାଁସଦା ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.