xmas

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ, ଥାନାରେ ଏତଲା

ଫୁଲବାଣୀ, ୨୦/୧୦: ଗୁରୁବାର ବିଜୁ କଲ୍ୟାଣ ମଣ୍ଡପ ନିକଟରୁ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୁତ୍ର ଝାମ୍ପି ନେଲେ ଦୁର୍ବୁତ୍ତ l ମୁନିସିପାଲିଟି ନିକଟରେ ରହୁଥିବା ସବିତା ରାଣୀ ସାହୁ ଜିନିଷ କିଣିବାକୁ ଡ଼ିଆରଡ଼ିଏ ଛକ ନିକଟକୁ ଆସୁଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଯୁବକ ହେଲମେଟ ପିନ୍ଧି ବେକରୁ ଝାମ୍ପି ନେଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି l ଏ ନେଇ ଟାଉନ ଥାନାରେ ସବିତା ଲିଖିତ ଅଭଯୋଗ କରିଛନ୍ତି l ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ ଏ ଯାଏ ଦୁର୍ବୁତ୍ତଙ୍କ କୌଣସି ସୁରାକ ପାଇନି ପୋଲିସ l ତେବେ ତଦନ୍ତ ଚାଲିଥିବା କଥା ଏସ୍ଡ଼ିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି l

Leave A Reply

Your email address will not be published.