xmas

ବନ୍ଧଗଡ଼ଠାରେ ସରପଞ୍ଚ ତାଲିମ ଶିବିର

ଫୁଲବାଣୀ, ୨୩/୧୦: ରବିବାର କନ୍ଧମାଳ ଜିଲ୍ଲା ବନ୍ଧଗଡ ସ୍ଥିତ ଅଗ୍ରଣି ସ୍ବେଛସେଵୀ ସଂଗଠନ ସ୍ଵାତି ପକ୍ଷରୁ ନିର୍ବାଚିତ ସରପଞ୍ଚ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା l ସେମାନଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆସୁଥିବା ଅର୍ଥ ଅନୁଦାନ ଓ ତାର ସଦବିନି ଯୋଗ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ସରପଞ୍ଚ ମାନେ ନିଷ୍ଠା, ଆନ୍ତରିକତା ଓ ସଚୋଟତାର ସହ କାର୍ଯ୍ୟ କରି ପଞ୍ଚାୟତବାସୀଙ୍କ ପାଖରେ ଯେପରି ପ୍ରିୟ ଭାଜନ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବା ଲାଗି ପରାମର୍ଶ ଦେଇଥିଲେ l ସେହିପରି ସ୍ଵାତି ସଂଗଠନର ସମ୍ପାଦକ ଇଂ. ହରି ଶଙ୍କର ରାଉତ, ବୈଦ୍ୟନାଥ ଖଟୁଆ ପ୍ରମୁଖ ଯୋଗ ଦେଇ ସରପଞ୍ଚମାନେ ପଞ୍ଚାୟତ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ନିଶାମୁକ୍ତ କରିବା ଲାଗି ପ୍ରୟାସ କରିବା ଲାଗି ପରାମର୍ଶ ଦେଇଥିଲେ l ଏହି ତାଲିମ ଶିବିରରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚମାନେ ଯୋଗ ଦେଇଥିଲେ l

Leave A Reply

Your email address will not be published.