ଆସନ୍ତା ଜାନୁୟାରୀ ୧ରୁ ନୂତନ ଭୋଟର ତାଲିକା

ଫୁଲବାଣୀ,୯/୧୧: ଜାନୁୟାରୀ ୧ ତାରିଖ ୨୦୨୩ରୁ ସ୍ୱତନ୍ତ୍ର ଭୋଟର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନେଇ ଭାରତର ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ନେଇ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରି ଆଶିଷ ଇଶ୍ଵର ପାଟିଲ ଯୋଗ ଦେଇ ଆସନ୍ତା ୧ଜାନୁୟାରୀ ୨୦୦୩ରୁ ୧ ଅକ୍ଟୋବର ୨୦୨୩ ପୂର୍ବରୁ ଯାହାକୁ ୧୮ ବର୍ଷ ହେଉଛି ସେମାନେ ଏହି ସ୍ଵତନ୍ତ୍ର ସଂକ୍ଷିପ୍ର ସଂଖୋଧନ କାର୍ଯ୍ୟକ୍ରମରେ ଆଜିଠାରୁ ଅର୍ଥାତ ୯/୧୧/୨୦୨୨ରୁ ୮/୧୨/୨୦୨୨ ମଧ୍ୟରେ ଜଣେ ଭୋଟର ଭାବରେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ ବୋଲି କହିଥିଲେ। ସେହିପରି ଭୋଟର ମାନଙ୍କ ସୁବିଧା ପାଇଁ ୧୨/୧୧/୨୦୨୨ ଶନିବାର, ୧୨/୧୧/୨୨ ରବିବାର, ୨୬/୧୧/୨୨ ଶନିବାର ଓ ୨୭/୧୧/୨୨ ରବିବାର ଦିନ ସବୁ ବୁଥରେ ସ୍ଵତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରିବା ଲାଗି ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନାଗରୀକମାନେ ସେମାନଙ୍କ ଭୋଟର ତାଲିକାରେ ସେମାନଙ୍କ ନାମ ଯୋଗ ବାବାଦ ଦେବା ଲାଗି ବା ତୃଟି ସଂଶୋଧନ ନିମନ୍ତେ ୨୬/୧୨ । ୨୦୨୨ ସୁଧା ସଂପୁକ୍ତ ଭୋଟ ପଞ୍ଜିକରଣ ଅଧିକାରୀ ନିର୍ଦ୍ଧାରୀତ ଫର୍ମରେ ଆବେଦନ କରିପାରିବେ l ନଚେତ ବୁଥ ସ୍ତରୀୟ ଅଧିକାରୀଙ୍କୁ ଦରଖାସ୍ତ କରିପାରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ କହିଛନ୍ତି । ସେହିପରି ଯିଏ ଚାହିଁଲେ ଭୋଟର ହେଲ୍ପଲାଇନ ଆପ କିମ୍ବା ଏନଭିଏସପି ଡଟ ଇନ କିମ୍ଵା Voterportal .eci.gov.in ରେ ଆବେଦନ କରିପାରିବେ । ଏହି ବୈଠକରେ ଡ଼େପୁଟି କଲେକ୍ଟର ନିର୍ବାଚନ ବୁନା ପ୍ରଧାନ, ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Leave A Reply

Your email address will not be published.