mobile header

ମାଲକାନଗିରି ପୋଲିସ ଦ୍ବାରା ୭ ବାଇକ୍ ଉଦ୍ଧାର ସହ ୨ ଗିରଫ

ମାଲକାନଗିରି :ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ମାଥିଲି, ବାଲିମେଳା ଅଞ୍ଚଳରୁ ବାରମ୍ବାର ମଟର ସାଇକଲ ଗୁଡ଼ିକ ଚୋରୀ ହେଉଥିଲା । ବାରମ୍ବାର ଅଭିଯୋଗ ଓ ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଏକ ଟିମ୍ ଗଠନ କରି ଅନୁସନ୍ଧାନ ସହ ଜାଲ ବିଛାଇ ୭ ଟି ବାଇକ୍ ସହ ୨ ଜଣ ବାଇକ୍ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି। ସୂଚନା ମୁତାବକ କାଲିମେଳା ଅଞ୍ଚଳର ତେଲେରାଇ ପଞ୍ଚାୟତର ସୀଙ୍ଗାବରମ୍ ଗ୍ରାମ ଗତ ଫେବୃଆରୀ ମାସରେ ରାଜୁ ସୋଡ଼ି ନିଜ ସ୍ତ୍ରୀର ସ୍ବାସ୍ଥ୍ୟ ଖରାପ ଥିବା ଯୋଗୁଁ ମାଲକାନଗିରି ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସା ପାଇଁ ଆସିଥିଲା । ହସ୍ପିଟାଲ ପରିସରରେ ବାଇକ୍ ଟୀକୁ ରଖି ହସ୍ପିଟାଲ ଭିତରେ ନିଜ ସ୍ତ୍ରୀ ପାଖରେ ରହିଥିଲା । ସକାଳେ ବାଇକ୍ ଟିକୁ ଖୋଜିଲା ବେଳକୁ ରଖିବା ସ୍ଥାନରେ ନଥିଲା । ବାଇକ୍ ଟି ଚୋରୀ ହୋଇଥିବା ଜାଣି ରାଜୁ ମାଲକାନଗିରି ଥାନାରେ ଏତଲା ଦେଇଥିଲା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ କେସ ନମ୍ବର ୭୫/୨୨ରେ ମାମଲା ରୁଜୁ କରି ବାଇକ୍ ଚୋର କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଜାଲ ବିଛାଇ ତଦନ୍ତ ଆରମ୍ଭ କରିଥିଲେ ।ଆଜି ତଦନ୍ତରେ ସଫଳ ହୋଇଥିଲା ପୋଲିସ । ୭ ଟି ମୋଟର ସାଇକଲ ସହ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତ ମାନେ ହେଲେ କାର୍ତ୍ତିକ ଶଗଡ଼ିଆ, ଖଇରପୁଟ ଥାନା ଅନ୍ତର୍ଗତ କଦମ ଗୁଡ଼ା ଗ୍ରାମର ଏବଂ ଆଉ ଜଣେ ବିଦେଶି ଶଗଡ଼ିଆ ଖଇର ପୁଟ ଥାନା ଅଞ୍ଚଳର କେନ୍ଦୁଗୁଡ଼ା ଗ୍ରାମର ବୋଲି ଜଣା ପଡ଼ିଛି। ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.