ଗତକାଲି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସହାୟତା ଦାବିରେ ଟାୟାର ଜାଳି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

କାଲିମେଳା ତା ୯/୧୧-ମାଲକାନଗିରି କାଲିମେଲେ ମୋଟୁ ଥାନା ମାନ୍ୟମ କୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ରାଜଗିରି ଗ୍ରାମର ନୀଳ ରାମ ବଡ଼ନାୟକ ତାଙ୍କ ପତ୍ନୀ ଜେମା ଦେଇ ବଡ଼ ନାୟକ ଏବଂ ଆଠ ବର୍ଷୀୟ ପୁତ୍ର ସଲମନ ବଡ଼ନାୟକ ତିନିଜଣ ଏକ ମଟର ସାଇକଲ ମାଲକାନଗିରି ହଷ୍ଟେଲରେ ରହି ପଢ଼ୁଥିବା ଝିଅକୁ ଦେଖିବାକୁ ଯାଇଥିଲେ ସେଠାରୁ ଗତ କାଲି ସନ୍ଧ୍ୟା ୭:୩୦ ସମୟରେ ନିଜ ଘରକୁ ଫେରୁ ଥିବା ବେଳେ ୩୨୬ ରାଜପଥ ଏମଭି ୧୨୬ ଘାଟି ଏପଟେ ଏକ ଜେସିବି ବୋଝେଇ ଟ୍ରକ ରାସ୍ତାକୁ ମାଡି ଛିଡା ହୋଇଥିଲା ଟ୍ରକଟି ଘଞ୍ଚ ଜଙ୍ଗଲ ରାସ୍ତା ମଧ୍ୟରେ ଛିଡା ହୋଇ ଥିବାରୁ ନୀଳ ରାମ ଜାଣି ପାରି ନଥିଲେ ସେ ଯାଇ ଟ୍ରକ ପଛ ପଟେ ପିଟି ହୋଇ ଯାଇଥିଲେ l ଘଟଣାସ୍ଥଳେ ନୀଳ ରାମଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଏବଂ ପୁତ୍ର ଆହତ ହୋଇ ଚିକିତ୍ସାଧୀନ ଥିବା ବେଳେ ଆଜି ଏହାର ପ୍ରତିବାଦରେ ଗ୍ରାମବାସୀ ଏବଂ ଅଞ୍ଚଳବାସୀ ମାନେ ତାଙ୍କ ଦୃଘଟଣାଗ୍ରସ୍ତ ପତ୍ନୀ ଏବଂ ପୁତ୍ରଙ୍କୁ ସମ୍ପୂର୍ଣ ମାଗଣାରେ ଚିକିତ୍ସା କରିବା ସହ ତାଙ୍କ ପରିବାରକୁ ସମ୍ପୂର୍ଣ ଭରଣ ପୋଷଣ ପାଇଁ ଦାବି କରି ରାସ୍ତା ଅବରୋଧ କରିଛନ୍ତି l ରାସ୍ତା ଅବରୋଧ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହ ଆଲୋଚନା ଚାଲିଥିବା ଜଣାପଡିଛି l

Leave A Reply

Your email address will not be published.