xmas

ଲକ୍ଷାଧିକ ଟଙ୍କାର କାଠ ଜବତ

ମାଲକାନଗିରି,୧୧/୧୧: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବନାଞ୍ଚଳ ତରଫରୁ ବାଲିମେଳା ସ୍ଥିତ ସଦର ମହକୁମାର ଓସିସି କଲୋନୀରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଡିଏଫଓ ପ୍ରତାମ କୋଟ୍ଟାପାଲୀଙ୍କ ନିର୍ଦେଶ କ୍ରମେ ମାଜିଷ୍ଟ୍ରେଟ ଭାବେ ଗୁଡୁମୁଲୁଗୁମ୍ମା ତହସିଲଦାର ବିଜୟ କୁମାର ମାଣ୍ଡାଙ୍ଗି, ପୁଲିସ କର୍ମଚାରୀ ଏବଂ ବନ ବିଭାଗର ବନପାଳ ମୋହନ ଗୁଡିଆଙ୍କ ସମେତ କର୍ମଚାରୀମାନେ ଓସିସି କଲୋନୀର ଭୈରବେଶ୍ବର ବିଶୋୟୀଙ୍କ ଘରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଘରେ ଭୈରେବେଶ୍ବର ବେହେରା ନଥିବା ବେଳେ ତାଙ୍କ ପତ୍ନୀ ଲିଜା ବେହେରା ବନ ବିଭାଗକୁ ସହଯୋଗ କରିଥିଲେ। ତେବେ ଏହି କାଠଗୁଡିକ ତାଙ୍କ ଦେଢଶୁର ଭୁବନେଶ୍ବର ବେହେରା ଗଚ୍ଛିତ କରି ରଖିଥିବା ସେ କହିଥିଲେ। ଏହି ଚଢାଉରେ ୩୦ ଖଣ୍ଡ ଟିକ ଓ ବିଜା କାଠ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ। ସମସ୍ତ କାଠକୁ ଜବତ କରାଯାଇ ଆସାମୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା କୁହାଯାଇଛି। ଏହି ଚଢାଉରେ ଉପ ବନାଞ୍ଚଳ ଅଧିକାରୀ ଅନିଲ କୁମାର ବାଲା, ବନପାଳ ଜ୍ୟୋତି ଡୁଙ୍ଗଡୁଙ୍ଗ ଓ ସଦାଶିବ ଚିନାରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.