mobile header

କୋଟପାଡ଼ ପ୍ରିମିୟର ଲିଗ ମ୍ୟାଚରେ ଆଜି ଚେନ୍ନାଇ ଓ କଲିକତା ବିଜୟୀ

କୋଟପାଡ: ଆଜି କୋଟପାଡ ପ୍ରିମିୟର ଲିଗ୍ରେ ପ୍ରଥମ ମ୍ୟାଚରେ କଲିକତା ନାଇଟ୍ ରାଇଡର୍ସ ହାଇଦ୍ରାବାଦକୁ ଏବଂ ଦ୍ଵିତୀୟ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ ମୁମ୍ବାଇକୁ ପରାସ୍ତ କରିଛି । ଆଜିର ହାଇଭୋଲଟେଜ ମ୍ୟାଚ୍ ଗୁଡ଼ିକ ରୋମାନଚକ ହୋଇଥିଲା । ପ୍ରାୟ ଦଶ ହଜାରରୁ ଅଧିକ ଜନସମାଗମ ହୋଇଥିଲା । ଆଜିର ଅତିଥି ଭାବରେ ନଗରପାଳ ଏମ ଶଙ୍କର ରାଓ, ଓକିଲ ସଂଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଶଙ୍କର ପଣ୍ଡା ଉପସ୍ଥିତ ଥିଲେ । ଏମ ଡି ଆସିଫ ଓ ଶଙ୍କର ପଣ୍ଡା ଖେଳାଳି ମାନଙ୍କ ସହ ପରିଚୟ ହୋଇଥିଲେ । ଆଜିର ଧାରା ବିବରଣୀ ଏମ ଡି ଆସୁ, ମୁନା, ଡୀଯେ ଥିଲେ । ଶାନ୍ତି ଶୃଙ୍ଖଳା ସହ ଖେଳ ଚାଲିଛି। ଏହା ଆହୁରି ୧୫ ଦିନ ଚାଲିବ ଓ ପ୍ରତିଦିନ ଲଟ୍ରୀ ଉଠାନ ହୋଇ ବିଜେତା ଙ୍କୁ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.