ଆମ୍ ଆଦମୀ ପାର୍ଟି ଦ୍ଵାରା ଅଣ୍ଡା ଦୁର୍ନୀତି ପର୍ଦ୍ଦାଫାଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆମ ଆଦମୀ ପାର୍ଟିର ଚିତ୍ରକୋଣ୍ଡା ଓ ମାଲକାନଗିରି ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ମାର୍ଗ ଦର୍ଶନରେ ତୃଣମୂଳ ସ୍ତରରେ କର୍ମୀ ସଂଗ୍ରହ କରି ଗ୍ରାମର ସମସ୍ୟାକୁ ସମାଧାନ କରିବାକୁ ଅଣ୍ଟା ଭିଡ଼ିଛନ୍ତି କର୍ମୀ ମାନେ l ଏହାର ଉଦାହରଣ ଆଜି ମାଥିଲି ବ୍ଲକର ଟେମୁରୁପାଲି ଗ୍ରାମ ପଞ୍ଚାୟତର ସଫାପାଣି ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ମଞ୍ଜୁରୀ ସମରଥ ଗ୍ରାମବାସୀଙ୍କୁ ଗତ ବର୍ଷରୁ କାହାର ବର୍ଷେ ତ କାହାର ୬ ମାସ ହେଲା ଅଣ୍ଡା ବିତରଣ କରି ନଥିଲେ l ଏହି ଖବର ପାଇ ଟେମୁରୁପଲ୍ଲୀ ଗ୍ରାମ ପଞ୍ଚାୟତ ଆମ ଆଦମୀ ପାର୍ଟିର କର୍ମୀ ଦମ୍ବୁରୁ ରଣl , ଭୀମ କୁରାମି ଓ ଜଗଦୀଶ ଗୌଡ଼ ସୋଫାପାଣି ଗ୍ରାମକୁ ଯାଇ ସମସ୍ତ ଘଟଣାକୁ ତଦନ୍ତ କରି ଟେମୁରୁ ପଲ୍ଲୀ ଗ୍ରାମ ପଞ୍ଚାୟତର ସୁପରଭାଇଜର ରମା ଖରାଙ୍କୁ ଅଭିଯୋଗ କରିଥିଲେ l ସେଇ ଦିନ ସନ୍ଧ୍ୟା ରେ ଗ୍ରାମବାସୀଙ୍କୁ ଡାକି ପାର୍ଟି କର୍ମୀ ଉପସ୍ଥିତ ରେ ଦୁଇ ତିନି ମାସ ର ଅଣ୍ଡା ଦେଇଛନ୍ତି l ଆଉ ଦୁଇ ଦିନ ଭିତରେ ବାକି ସବୁ ଅଣ୍ଡା ଗ୍ରାମବାସୀଙ୍କୁ ଦେଇ ଦେବେ ବୋଲି କହିଛନ୍ତି l ଵର୍ତମାନ ତୃଣମୂଳ ସ୍ତରରେ ଆପ କର୍ମୀ ମଜବୁତ ସହ ସଂଗ୍ରାମ କରି ସାଦରଣ ଜନତାଙ୍କ ମୌଳିକ ସୁବିଧା ଫଞ୍ଚାଇବେ ବୋଲି ଜିଲ୍ଲା ସଭାପତି କେ. ଦେଶୀରଜୁ ଅଚାରୀ ଓ ମାଥିଲି ବ୍ଲକ ସଭାପତି ସନ୍ତୁ କୁମାର ବିସ୍ଵାଶ କହିଛନ୍ତି l ଅଙ୍ଗନବାଡିରେ ଏହି ଦୁର୍ନୀତି ହୋଇଛି ମାନେ ଅନ୍ୟ ବିଭାଗରେ କେଉଁ ପରିମାଣର ଦୁର୍ନୀତି ହେଉଛି ଏହା ସାଧାରଣ ଜନତା ସମୀକ୍ଷା କରିବା ଆବଶ୍ୟକ ବୋଲି ଜିଲ୍ଲା ସଭାପତି କେ. ଦେଶୀରlଜୁ ଅଚାରୀ କହିଛନ୍ତି

Leave A Reply

Your email address will not be published.