ମିଥ୍ୟା ଏନକାଉଣ୍ଟର ଅଭିଯୋଗ କରି ଗ୍ରାମବାସୀଙ୍କ ରାସ୍ତାରୋକ, ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ମାଲକାନଗିରି: ମିଥ୍ୟା ଏନକାଉଣ୍ଟର ଅଭିଯୋଗ କରି ରାଜ ରାସ୍ତାରୋକ ଗତ ୧୩/୧୧/୨୦୨୨ କୋରାପୁଟ ଜିଲ୍ଲା ବୈପାରିଗୁଡା ମାଳିପଦର ଜଙ୍ଗଲ ଭିତରେ ୨ଜଣକୁ ପୋଲିସ ମାଓବାଦୀ ଦର୍ଶାଇ ଏନକାଉଣ୍ଟର କରିବା ଘଟନା ସମ୍ପୁର୍ଣ୍ଣ ମିଥ୍ୟା କହି ଆଜି ମୃତ୍ୟଙ୍କ ପରିବାର ସମ୍ପର୍କୀୟ ଓ ଶହ ଶହ ଗ୍ରାମବାସୀ କୋତାମାଟା ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ମୁତାବକ ଗତ ୧୦ ତାରିଖ ଦିନ ୨ ଜଣ ବ୍ୟକ୍ତି ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡ଼ି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ ସେହି ସମୟରେ କୋରାପୁଟ ପୋଲିସ ତଥା ଯବାନ ପକ୍ଷରୁ ଦୁହିଁଙ୍କ ଉପରେ ଗୁଳିଚାଳନା କରିଥିଲେ। ତେବେ ପୋଲିସ ଗୁଳିରେ ମାଲକାନଗିରି ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ସରଗିଗୁଡ଼ା ଗ୍ରାମର ୪୧ ବର୍ଷୀୟ ଧନ କମାର ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟକୁମାର ନାଗ ବୋଲି ଜଣାପଡିଛି। ନିରୀହ ଲୋକଙ୍କୁ ନକ୍ସଲ ସଜାଇ ପୋଲିସ ଏନକାଉଣ୍ଟର କରି ମାରିଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ ଓ ପରିବାର ଲୋକ। ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି। ଏଥି ସହିତ ପରିବାର ତଥା ଗ୍ରାମବାସୀ ଓ ସମ୍ପର୍କୀୟ ମାନଙ୍କ କହିବା କଥା ଗରିବ ଶ୍ରେଣୀର ହୋଇଥିବାରୁ କାଉଡ଼ିଆ ଭାବେ କାର୍ଯ୍ୟ କରୁଥିଲେ ଧନ କମାର ଏବେ ସେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ବେଳେ ପରିବାରର ଭରଣପୋଷଣ କିଏ କରିବ ଏନେଇ ଆଜି ଦିନ ତମାମ ଜୟପୁର ମାଲକାନଗିରି ରାସ୍ତା ଅବରୋଧ କରିଛନ୍ତି। ୩୦ ଲକ୍ଷ୍ ଟଙ୍କା କ୍ଷତିପୂରଣ ଦାବି ସହିତ ଶବକୁ ଖୁବଶିଘ୍ର ହସ୍ତାନ୍ତର ପାଇଁ ଦାବି କରିଛନ୍ତି। ଏ ପରିପେକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଜଗଦୀଶ କର୍ତାମି, ମାଲକାନଗିରି ଥାନା ଅଧିକାରୀ ରିଗନ୍ କିଣ୍ଡୋ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ କୌଣସି ସମାଧାନ ହୋଇପାରିଲା ନାହିଁ ତେଣୁ ରିପୋର୍ଟ ଲେଖିବା ସମୟରେ ସମାଧାନ ହୋଇପାରିନଥିଲା ବର୍ତମାନ ସୁଦ୍ଧା ଗ୍ରାମବାସୀ ଓ ପରିବାରବର୍ଗ ରାଜ ରାସ୍ତାରେ ବସି ରହିଥିଲେ । ପ୍ରଶାସନ ପକ୍ଷରୁ ବୁଝାଇବା ପାଇଁ ଚେଷ୍ଟା ଜାରି ରହିଛି ।

Leave A Reply

Your email address will not be published.