ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ଦିବସ

ଫୁଲବାଣୀ, ୧୫/୧୧: ଫୁଲବାଣୀ ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ମଙ୍ଗଳବାର ଶିଶୁ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ସତ୍ୟନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ଓ ମିଷ୍ଟାନ ବଣ୍ଟନ କରିବା ସହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁ କିପରି ଶିଶୁ ମାନଙ୍କୁ ବିଶେଷ କରି ଭଲ ପାଉଥିଲେ ଆଜି ତାଙ୍କର ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଉଥିବା କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁପରଭାଇଜର ମୌସୁମୀ ବେହେରା, ସମାଜସେବୀ ଦିବାକର ଡିଗାଲ, ଅଙ୍ଗନବାଡି କର୍ମୀ ବୈଜୟନ୍ତୀ କହଁର, ମାତୃ କମିଟି ସଭାନେତ୍ରୀ ସବିତା କହଁର ଓ ଯାଞ୍ଚ କମିଟି ସଦସ୍ୟ ମିନତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.