ଏସଡିଇଏମ ସ୍କୁଲରେ ଶିଶୁ ଦିବସ ପାଳିତ

କୋଟପାଡ: ଆଜି କୋଟପାଡ ସିଦ୍ଧାର୍ଥ ଇଂରାଜୀ ବିଦ୍ୟାଳୟରେ ମହାସମାରହରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍କୁଲର ସଭାପତି ଜିତେନ୍ଦ୍ର ମହାପାତ୍ର ରିବନ କାଟି ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲର ସମ୍ପାଦକ ପଙ୍କଜ ପାତ୍ର, ଗୋପବନ୍ଧୁ ପାଠାଗାର ସଭାପତି ଗଣେଶ ପଣ୍ଡା, ଯୁବ କାଉନସିଲର ଟିକୁ ବିଶୋଇ, ସ୍କୁଲର ଡାଇରେକ୍ଟର ବାବୁଲି ବେବର୍ତ୍ତା, ବିଧାୟକ ପ୍ରତିନିଧି ପ୍ରଦୀପ ବକ୍ସି, ପ୍ରିନ୍ସିପାଲ ବସନ୍ତ ବେହେରା, ଶିକ୍ଷକ ଶଙ୍କର ମହାନ୍ତି, ସଂତୋଷୀ ପାତ୍ର, ଅନିତା ପାଣି, ଜ୍ୟୋତିର୍ମୟୀ ପଣ୍ଡା, ମୀତା ବିଶ୍ଵାଳ, ଅଞ୍ଜୁ ମହାନ୍ତି, ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲର କର୍ମଚାରୀ ଅଭିଭାବକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ନାଚ ପ୍ରତିଯୋଗିତା, ତର୍କ ପ୍ରତିଯୋଗିତା, ସଙ୍ଗୀତ ପ୍ରତିଯୋଗିତା ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Leave A Reply

Your email address will not be published.