ଫୁଲବାଣୀ ପ୍ରେସ କ୍ଲବ ଠାରେ ୫୬ତମ ଜାତୀୟ ପ୍ରେସ ଦିବସ ପାଳିତ

ଫୁଲବାଣୀ, ୧୬/୧୧: ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ପ୍ରେସ କ୍ଲବ ଠାରେ ୫୬ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା l ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ତଥା ପ୍ରେସ କ୍ଲବ ପ୍ରତିଷ୍ଠାତା ଓ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଆଇନଜୀବୀ ଶିବ ପ୍ରସାଦ ତ୍ରିପାଠୀ, ସନ୍ତୋଷ ଡିଗାଲ, କାର୍ଯ୍ୟକାରି ସଭାପତି ଅଶୋକ ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୂଲ୍ୟ ବୋଧ ସତ୍ୟ, ନିରପେକ୍ଷ ସାମ୍ବାଦିକତା, ବୃତ୍ତିଗତ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ l ସେହିପରି ଉପସଭାପତି ସୁନୀଲ ବିଶ୍ୱାଳ, ସଦାଶିବ ପାତ୍ର ଯୋଗ ଦେଇ ବିଭିନ୍ନ ସମୟରେ ସାମ୍ବାଦିକଙ୍କ ପାଇଁ ବସିଥିବା ମଜୁରୀ ବୋର୍ଡ଼ ସୁପାରିଶ ପ୍ରକାରେ ଦରମା ପ୍ରଦାନ କରିବା ଲାଗି ଦାବୀ କରିଥିଲେ l ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ପ୍ରେସ କ୍ଲବ ପକ୍ଷରୁ ଉପସ୍ଥିତ ସମସ୍ତ ସଦସ୍ୟ ଓ ୱେବ ସାମ୍ବାଦିକଙ୍କୁ ଉପଢୌକନ, ପେନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ପ୍ରେସ କ୍ଲବର ଉପର ମହଲାରେ ସମ୍ମିଳନୀ କକ୍ଷ ନିର୍ମାଣ ପାଇଁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ଜେନା, ଆଦିତ୍ୟ ତ୍ରିପାଠୀ, ରମେଶ ପ୍ରଧାନ, ସୁଧୀର ମହାରଣା, ଶିବାନୀ ସୁଆର, ନିବେଦିତା ଖାଡ଼ଙ୍ଗା, ଅଚ୍ୟୁତ ସେଠି, ନାରାୟଣ ସାହୁ. ଅଜିତ ମହାରଣା, ତ୍ରିନାଥ ସାହୁ, ଅଶୋକ ରାୟ, ଶିବ ନାୟକ ଏବଂ ବହୁବ ରିଷ୍ଠ ନାଗରିକ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l

Leave A Reply

Your email address will not be published.