xmas

କୁଇ ସମାଜ ସମନ୍ୱୟ ସମିତିର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ, ୨୧/୧୧: ରବିବାର ଅପରାହ୍ନରେ କୁଇ ସମାଜ ସମନ୍ଵୟ ସମିତିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ବରିଷ୍ଠ କୁଇ ନେତା ତଥା ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଜି. ଉଦୟଗିରି ସଭାପତି ପୁଷରା କହଁରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରଘୁପତି କହଁର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ଲମ୍ବୋଦର କହଁର, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାଜ୍ୟ ସଭାପତି ପ୍ରଦୀପ କହଁର ଯୋଗ ଦେଇ ୨୦୦୮ କନ୍ଧମାଳ ଦଙ୍ଗା ପରେ କୁଇ ସମାଜ ପକ୍ଷରୁ ଚଉତିରିଶ ଦଫା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ଆଜିକୁ ପନ୍ଦର ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଦାବି ପୂରଣ କରିବା ଦିଗରେ ବିଫଳ ହୋଇଛନ୍ତି l ଜାଲ ଜାତିଗତ ପ୍ରମାଣ ପତ୍ର ଓ ଜମିଜମା ସମସ୍ୟା ସମାଧାନ ହୋଇନି l ସେଟଲ ମେଣ୍ଟରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଥିଲେ l ସେହିପରି ବିଇଡ କଲେଜ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ ଆଦିବାସୀ ନେତା କହଁର l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଏସଡିସି ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ସମେତ ବହୁ ଆଦିବାସୀ ନେତା ଯୋଗ ଦେଇ ଆଦିବାସୀଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତ୍ରୀ ଗୀତାଞ୍ଜଳି କହଁର, ନୟାଗଡ଼ ଅଞ୍ଚଳର ଆଦୀବାସୀ ନେତା ଶ୍ରୀନିବାସ ଯାନୀ, ବିଶ୍ୱନାଥ ପ୍ରଧାନ, ଗଂଜାମର ମହାଦେବ ମଲ୍ଲିକ, ରାଷ୍ଟ୍ରୀୟ ଆଦିବାସୀ କର୍ମଚାରୀ ସଙ୍ଘର ପ୍ରଭାରୀ ତୁଷାର ମାଝୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ l ଆଦୀବାସୀ ନେତା ବିନୋଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.