mobile header

ମଙ୍ଗଳବାର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ ମଞ୍ଚର ଶପଥ ଗ୍ରହଣ

ଫୁଲବାଣୀ, ୨୭/୧୧: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆ ସାହିର ପ୍ରତକ୍ଷ୍ୟ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ନିଷ୍ଠା, ଆନ୍ତରିକତା ଓ ସଚୋଟତାର ସହ କାର୍ଯ୍ୟ କରି ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହ ଦୁର୍ନିତୀ ଦୂର କରିବା ପାଇଁ ଶପଥ ଗ୍ରହଣ କରିବେ l ଏହି ଶପଥ ଗ୍ରହଣ ଉତ୍ସବ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ଜଣାଇଛନ୍ତି l ଏଥିରେ ତିନୋଟି ୱାର୍ଡର ଜନ ସାଧାରଣ ଯୋଗ ଦେବେ l ବାଲିଗୁଡାରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠନ ପରେ ଏନଏସିର ଅନ୍ୟାନ୍ୟ ୱାର୍ଡରେ କମିଟି ଗଠିତ ହେଉଛି ସମସ୍ତ ୱାର୍ଡରେ କମିଟି ଗଠନ ପରେ ପର୍ଯ୍ୟାୟ କ୍ରମେ ବାଲିଗୁଡା ସହରରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମିଳିତ ମହାମଞ୍ଚ ଗଠନ ହେବ ବୋଲି ସୂଚନା ମିଳିଛି l ସୂଚନାଯୋଗ୍ୟ ଯେ ବାଲିଗୁଡାରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ ପରେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ନିଦ ହଜିଯାଇଛି l କିଛିକୁ ଚକ୍ରୀ ଗୋଷ୍ଠୀ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହାକୁ ଭଣ୍ଡୁର କରିବା ପାଇଁ ରାଜନୈତିକ ରଙ୍ଗ ଦେବାକୁ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ମଞ୍ଚ ଆଦୌ ବିଚଳିତ ନଥିବା କହିଛନ୍ତି ସଭାପତି ଲଳିତ ପାତ୍ର l ଆଗାମୀ ଦିନରେ ମଞ୍ଚ କର୍ମକର୍ତା ବିଭିନ୍ନ ବିଭାଗକୁ ଆସୁଥିବା ସମସ୍ତ ଅନୁଦାନ ଓ କେଉଁଠି, କିପରି ଏହା କାର୍ଯ୍ୟକାରୀ ହେଉଛି, ଏହା ଦ୍ୱାରା ଲୋକେ ଉପକୃତ ହେଉଛନ୍ତି କି ନାହିଁ, କାର୍ଯ୍ୟର ମାନ ଆଦି ତନ୍ନ ତନ୍ନ କରି ଯାଞ୍ଚ କରିବେ l ଦୁର୍ନୀତି ଓ ଅର୍ଥ ତୋଷରପାତ ସମ୍ପର୍କରେ ସୁରାକ ପାଇଲେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିବେ, ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ଆବଶ୍ୟକ ହେଲେ ଭିଜିଲାନ୍ସକୁ ଖବର ଦେବେ ବୋଲି ଜଣାପଡ଼ିଛି l

Leave A Reply

Your email address will not be published.