mobile header

ମିଶନ ଜୀବିକାରେ ଆତ୍ମନିର୍ଭର ଶିଳ ହେଲେ ଟୁନୁର ସାହିର ଟୁନିଆ

ଫୁଲବାଣୀ, ୨୭/୧୧: ସରକାରଙ୍କ ମିଶନ ଜୀବିକା ଏବେ ସଫଳ ହୋଇଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ l ମିଶନ ଜୀବିକାରେ ଗରିବ ଲୋକଙ୍କ ଜୀବିକା ସୃଷ୍ଟି ହୋଇପାରିଛି l ଲୋକେ ବେଶ ଦୁଇ ପଇସା ରୋଜଗାର କରି ଖୁସିରେ ପରିବାର ଚଳାଉଥିବା ଦେଖିବାକୁ ମିଳିଛି l ଯାହାର କି ସ୍ପଷ୍ଟ ଉଦାହରଣ ହେଉଛନ୍ତି ଫିରିଙ୍ଗିଆ ବ୍ଲକ ଟୁନୁର ସାହିର ଟୁନିଆ କହଁର l ଟୁନିଆଙ୍କ ପାଞ୍ଚ ଏକର ଜମି ଥିଲେ ବି ପଡ଼ି଼ ପଡୁଥିଲା l କାଁ ଭାଁ ଚାଷ କରୁଥିଲେ l ଯାହା ଆଦାୟ ହେଉଥିଲା ସେଥିରେ ପରିବାର ପୋଷିବା ସମ୍ଭବ ହେଉନଥିଲା l ଫଳରେ ଟୁନିଆ ମୁଲ ଲାଗି ପରିବା ପୋଷୁଥିଲେ l ତେବେ ସରକାରଙ୍କ ମିଶନ ଜୀବିକା ଯୋଜନା ତାଙ୍କ ଭାଗ୍ୟ ବଦଳାଇ ଦେଇଥିବା ସେ କହିଛନ୍ତି l ଏହି ଯୋଜନାରେ ୩ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା l ସେଥିରେ ସୋଲାର ବେସଡ ୱାଟର ଇରିଗେ ସନ ଯୋଜନାରେ ଜଳସେଚନ ବ୍ୟବସ୍ଥା ହେବା ପରେ ସେ ପଡିଆ ଜମିରେ ସୁନାର ଫସଲ ଫଳାଇଛନ୍ତି l ବନ୍ଧାକୋବି, ବାଇଗଣ, ଟମାଟ ଆଦି ପନିପରିବା ଚାଷ କରି ତାକୁ ବିକ୍ରି କରି ବେଶ ସ୍ୱାବଲମ୍ବୀ ହୋଇପାରିବା ସହ ଅନ୍ୟ ମାନଙ୍କପାଇଁ ପ୍ରେରଣା ପାଲଟିଛନ୍ତି ଟୁନିଆ l ଟୁନିଆକୁ ଆଉ ଏବେ ମୁଲ ଲାଗିବା ପାଇଁ ଜିଲ୍ଲା ବାହାରକୁ ଯିବାକୁ ପଡୁନି ସେ ଗାଁରେ ପରିବାର ସହ ଖୁସିରେ ରହିବା ସହ ପିଲାଙ୍କୁ ଦି ଅକ୍ଷର ପାଠ ପଢ଼lଉଛନ୍ତି ଆଉ ନିଜର ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚୟ ବି କରିପାରୁଛନ୍ତି ବୋଲି କହିବା ସହ ସରକାରଙ୍କ ଜୀବିକା ମିଶନ ଯୋଜନା ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି l

Leave A Reply

Your email address will not be published.