mobile header

ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣାଙ୍କ ମାତୃ ବିୟୋଗ

ଫୁଲବାଣୀ, ୨୬/୧୧: ଫୁଲବାଣୀ ସହରର ବରିଷ୍ଠ ଆଇନଜୀବୀ, ରୋଟାରୀ କ୍ଲବ ସଭାପତି, ଜିଲ୍ଲା ବିକାଶ ପରିଷଦ ସଭାପତି, ଜଗନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଓ ଶିଶୁଵିଦ୍ୟା ମନ୍ଦିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ମା ଳକ୍ଷ୍ମୀ ମହାରଣାଙ୍କ ଭବେନେଶ୍ୱର ସ୍ଥିତ ସମ ଆଲଟି ମେଟରେ ଚିକିତ୍ସିତ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା l ସେ ଜଣେ ଧର୍ମ ପରାୟଣ, ଆଦର୍ଶ, ପରାପକାରୀ ମହିଳା ଥିଲେ l ତାଙ୍କ ମୃତ୍ୟୁରେ ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ସମାଜସେବୀ ତଥା ଆଇନଜୀବୀ ଅଶୋକ ପରିଡା, ସାମ୍ବାଦିକ ନାରାୟଣ ସାହୁ, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ରୋଟାରୀ କ୍ଲବର ସମ୍ପାଦକଙ୍କ ସମେତ ସଦସ୍ୟ ରବି ନାରାୟଣ ସୁବୁଦ୍ଧି, ଇଂ ଜ୍ଞାନ ଦୋରା, ପ୍ରତିଷ୍ଠାତା ତଥା ପୂର୍ବତନ ରୋଟାରୀ ସଭାପତି ବିପ୍ରଚରଣ ପାତ୍ର, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସଭାପତି ବିରଞ୍ଚି ନାରାୟଣ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ, କୈଳାଶ ଧଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

Leave A Reply

Your email address will not be published.