ଚିତ୍ରକୋଣ୍ଡା, ୨୮/୧୧: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଙ୍ଗଙ୍କ ଅଧକ୍ଷତାରେ ଜିଲ୍ଲାର ତଥା ବ୍ଲକର ବହୁ ବିଭାଗୀୟ ଅଧିକାରୀ ଯଥା – ପିଡି- ଡିଆରଡିଏ ରତ୍ନାକର ସାହୁ, ପିଏ-ଆଇଟିଡିଏ ତ୍ରିନାଥ ମାଝୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ ନନ୍ଦ, ଆଡିସିନାଲ ଏସପି, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ଏସଡିପିଓ ଆରସେଲ କିସପୋଟା, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ଆରଡବ୍ଲୁଏସଏସର ବିଭାଗୀୟ ଅଧିକାରୀ ,ଡିଏସଡବ୍ଲୁଓ, ପଶୁ ଚିକିତ୍ସା ଅଧିକାରୀ,ବିଦୂତ ତଥା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚିତ୍ରକୋଣ୍ଡା ବ୍ଲକର ଅଞ୍ଚଳର ଅଠର ଗୋଟି ପଞ୍ଚାୟତରୁ ୩୫ ଗୋଟି ଅଭିଯୋଗର ଶୁଣାଣି କରିଥିଲେ ଜିଲାପାଳ l ଆଜିର ଜନ ଶୁଣାଣି ଭିତରେ ଉପାନ୍ତ ଅଞ୍ଚଳବାସୀଙ୍କ ନିମନ୍ତେ ରାସ୍ତା ଘାଟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ନିମନ୍ତେ ଦରଖାସ୍ତ କରିଥିଲେ, ସେଇଭଳି ଉପାନ୍ତ ଅଞ୍ଚଳକୁ ବିଦ୍ୟାଳୟ, ଶିକ୍ଷକ ସମସ୍ୟା ସହ ଭଲ ରାସ୍ତା, ଉପାନ୍ତ ଅଞ୍ଚଳକୁ ବସ ଚଳାଚଳ, ପାଣି, ବିଦୂତ, ନେଟୱାର୍କ ସୁବିଧା, ଉତ୍ତମ ସ୍ୱାସ୍ଥ୍ୟ ସେବା ଉପରେ ଅଭିଯୋଗ ଆସିଥିଲା l
