mobile header

ଗରିବ ମୂଳ-ବଧିର ଛାତ୍ର-ଛାତ୍ରୀଙ୍କୁ ମୋବାଇଲ ପ୍ରଦାନ

ଭୁବନେଶ୍ୱର, ୨୮/୧୧/୨୨ ରିଖ ରାଜ୍ୟରେ ପରିଚାଳିତ ଏକମାତ୍ର ମୂକ-ବଧିର ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକ ଗରିବ ପିତୃହୀନ ଛାତ୍ରଛାତ୍ରୀ ପଢୁଥିଲା ବେଳେ ଆର୍ଥିକ ଅଭାବ ଯୋଗୁଁମୋବାଇଲ କିଣିବା ସେମାନଙ୍କ ପକ୍ଷରେ ସମ୍ଭବ ପର ହୋଇନଥାଏ । ସେମାନଙ୍କ ମଧ୍ୟରୁ ଅନେକ ଭାବିଥାନ୍ତି ଦାରିଦ୍ର୍ୟତା ସେମାନଙ୍କ ପାଇଁ ଅଭିଶାପ । ସେମାନଙ୍କ ସାଙ୍ଗସାଥିମାନେ ମୋବାଇଲ ଧରି ସାଙ୍କେତିକ ଭାଷାରେ ତାଙ୍କର ସାଙ୍ଗସାଥି ଓ ସହଯୋଗୀ ମାନଙ୍କ ସହିତ ଯୋଗାଯୋଗ କରିପାରୁଥିବାବେଳେ ଏହି ଗରିବ ଛାତ୍ରଛାତ୍ରୀମାନେ ମନ ଦୁଃଖରେ ଦିନ ଅତିବାହିତ କରନ୍ତି ।

ଉଲେଖନୀୟ ଯେ,ଏହି ପିଲାମାନଙ୍କର ଦାରିଦ୍ର୍ୟତା ଯୋଗୁଁ ମନର ବେଦନାକୁ ଉପଲବ୍ଧି କରି ଭୁବନେଶ୍ୱରସ୍ଥ ବାପୁଜୀ ନଗର ନୂତନ କରି ଉଦଘାଟିତ ହୋଇଥିବା SURE BUY ମୋବାଇଲ ଦୋକାନରେ Proprietor ସବପ୍ରିୟ ମାତୃଦତ୍ତ ୪ ଜଣ ଗରିବ ମେଧାବୀ ମୂକ-ବଧିର ଛାତ୍ରଛାତ୍ରୀଙ୍କୁ ଚଳଚିତ୍ର ଅଭିନେତ୍ରୀ ପୁନମ ହାତରେ ମୋବାଇଲ ପ୍ରଦାନ କରିଥିଲେ । ମୋବାଇଲ ପାଇଲା ପରେ ଏହି ଛାତ୍ରଛାତ୍ରୀମାନଙ୍କର ଆନନ୍ଦର ସୀମା ରହିନଥିଲା । ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ମହାପାତ୍ର ସାଙ୍କେତିକ ଭାଷାରେ ଉପସ୍ଥିତ ସାଧାରଣ ଜନତା ଓ ଚଳଚିତ୍ର ଅଭିନେତ୍ରୀ ପୁଣ,ଙ୍କୁ ସେମାନଙ୍କର ମନର କଥା କହିଥିଲେ।

Leave A Reply

Your email address will not be published.