xmas

ଚିତ୍ରକୋଣ୍ଡାରେ ରାତିରେ ଶୀତ କାକରରେ ଧାରଣା ବସିଲେ ଅଙ୍ଗନବାଡି କର୍ମୀ

ଚିତ୍ରକୋଣ୍ଡା, ୨୯/୧୧/୨୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆଇସିଡିସ କାର୍ଯ୍ୟାଳୟ ଆଗରେ ଚିତ୍ରକୋଣ୍ଡା ବ୍ଲକ ଅଙ୍ଗନବାଡି ସଂଘର ସଭାପତି ସୁମତି ଦଳେଇଙ୍କ ନେତୃତ୍ୱରେ ସମ୍ପାଦକ ସାବିତ୍ରୀ ଖେମୁଡୁ, ସଭ୍ୟା ସସ୍ମିତା ବେହେରା, ପ୍ରଭାତୀ ରାଉତ, ସନ୍ତୋଷିନୀ ପାଣିଗ୍ରାହୀ, ରେଖା ସାହୁ, ହେମଲତା ଶିଶାଙ୍କ ପରିଚାଳନାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ୧୮୮ ଗୋଟି ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ମାନେ କେନ୍ଦ୍ରରେ ତାଲା ପକାଇ କାମ ବନ୍ଦ କରି ଗଲା ୨୩ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ସାତ ଦିନ ଧରି ଠିକା କର୍ମଚାରୀ ଅଙ୍ଗନବାଡି କର୍ମୀ ଏବଂ ଅଙ୍ଗନବାଡି ହେଲ୍ପର ମାନେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଅଠର ହଜାର ଟଙ୍କା ବେତନ, ମିନି ଅଙ୍ଗନବାଡିଙ୍କୁ ମୁଖ୍ୟ ଅଙ୍ଗନବାଡିର ମାନ୍ୟତା, ସେବିକାଙ୍କ ଦରମା ନଅ ହଜାର ଟଙ୍କା ଦାବି ଭଳି ବିଭିର୍ଣ୍ଣ ଦାବି ପ୍ରତିପାଦରେ ନିଜ କାର୍ଯ୍ୟାଳୟ ଆଗରେ ଏକତ୍ରିତ ହୋଇ ପୋଷ୍ଟର ବ୍ୟାନର ବିଭିର୍ଣ୍ଣ ନାରାବାଦୀ ସ୍ଲୋଗାନ ଦେଇ ଧାରଣାରେ ବସିଛନ୍ତି ଆଜି ରାତି ସମୟରେ ହାଡ ଭଙ୍ଗା ଶୀତ କାକରରେ ଅଙ୍ଗନବାଡି କର୍ମୀ ମାନେ ମଧ୍ୟ ସେମାନଙ୍କ ଦାବି ପୂରଣ ନେଇ କାର୍ଯ୍ୟାଳୟ ଆଗରେ ସେମାନ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ଅଙ୍ଗନବାଡି କର୍ମୀଙ୍କ କେନ୍ଦ୍ରରେ ତାଲା ବନ୍ଦ ଯୋଗୁ ଶିଶୁ, ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା, ପୃଷ୍ଟି ହୀନତା ମାନଙ୍କ ଖାଦ୍ୟ ଯୋଗାଣରେ ବାଧାପ୍ରାପ୍ତ ହୋଇଛି, ଛୋଟ ପିଲା ମାନେ ମଧ୍ୟ ପ୍ରାକ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି l ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଅନିରିଦ୍ଧିଷ୍ଟ ପର୍ଯ୍ୟନ୍ତ କାମ ବନ୍ଦ କରି ଧାରଣା ବସି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.