ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ମଞ୍ଚର ଶପଥ ଗ୍ରହଣ

ଫୁଲବାଣୀ, ୨୯/୧୧: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ଶପଥ ଗ୍ରହଣ ଉତ୍ସବ ନୂଆସାହି ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ଆବାହକ ଲଳିତ ପାତ୍ର ଏବଂ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ବିଜୟଚନ୍ଦ୍ର ଖଣ୍ଡଗିରି ନବ ନିର୍ବାଚିତ ପଦାଧିକାରୀଙ୍କୁ ଶପଥ ପାଠ କରାଇଥିଲେ l ସଭାପତି ଭାବେ ଜଳେନ୍ଦ୍ର ପାତ୍ର ଉପ ସଭାପତି ଭାବେ ଅର୍ଜୁନ ନାୟକ ସମ୍ପାଦକ ଭାବେ ଅମନ ଅଫତାବ ସହ ସମ୍ପାଦକ ଭାବେ ଶୁକଦେବ ନାୟକ ଯୁଗ୍ମ ସମ୍ପାଦକ ଭାବେ ମାନସ ଆମୟତ ଶପଥ ପାଠ କରିଥିଲେ l ଆଇନ ପରାମର୍ଶ ଦାତା ଭାବେ ବରିଷ୍ଠ ଆଇନଜୀବି ଶେଖ ସାଦ୍ଦିକ ଓ ଯୁବ ଆଇନଜୀବୀ ଜଗଦିଶ ସାମନ୍ତରାୟ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ଦଣ୍ଡସେନାଙ୍କୁ ଚୟନ କରାଯାଇଥିଲା l

Leave A Reply

Your email address will not be published.