mobile header

ପଦ୍ମପୁର ବ୍ଲକ କନସିହା ପଞ୍ଚାୟତରେ ମୁରାରୀ ମିଶ୍ରଙ୍କ ଝିଅ ରାଜଲକ୍ଷ୍ମୀ (ରୁନୁ)ଙ୍କ ମାରାଥନ ପ୍ରଚାର

ବରଗଡ଼: ପଦ୍ମପୁର ଅଞ୍ଚଳର ଜଣାଶୁଣା ନେତା ତଥା ଜନତା ଦଳ ସମୟର ବିଧାୟକ ସ୍ବର୍ଗତ ମୁରାରୀ ପ୍ରସାଦ ମିଶ୍ରଙ୍କ ଝିଅ ଲକ୍ଷ୍ମୀଦେବୀ ମିଶ୍ର ଭାରତୀୟ ଜନତା ପାର୍ଟି ଦଳରେ ଯୋଗଦାନ ପରେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି । ରାଜଲକ୍ଷ୍ମୀ ମିଶ୍ର ଭାରତୀୟ ଜନତା ପାର୍ଟିରେ ଯୋଗଦାନ ଦେବା ପରେ ପଦ୍ମପୁର ବିଧାନସଭାର ଉନିର୍ବାଚନ ପ୍ରଚାର ପାଇଁଁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ମାରାଥନ ପ୍ରଚାର ଯୋର ଧରିବାରେ ଲାଗିଛି। ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିହା ଗ୍ରାମ ପଞ୍ଚାୟତର କନସିହା, ଗୈଡପାଲି, ନୁଆପାଲି, କେନ୍ଦୁମୁଣ୍ଡା, ସାରସମାଲ, ପଦ୍ମପୁରର ମହୁଲ ପାଲି, ଏତଲା, ଡୁଙ୍ଗୁରିପାଲି ପ୍ରମୁଖ ଗାଁ ଗୁଡ଼ିକରେ ବିଜେପିର ନିର୍ବାଚନୀ ମାରାଥନ ସଭା ଗୁଡ଼ିକରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରୁଛନ୍ତି । କେନ୍ଦ୍ର ବିଜେପିର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ଭୋଟ ନିବେଦନ କରିଥିଲେ । ଉକ୍ତ କନସିହା, ଜମଲା ଗ୍ରାମ ପଞ୍ଚାୟତ ଗୁଡ଼ିକରେ କ୍ୟାପଟେନ ମିଶ୍ର ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ବିଜେପିକୁ ବିଜୟୀ କରିବା ପାଇଁ ମାରାଥନ ପ୍ରଚାର ଚଲାଇ ଚାଲିଛନ୍ତି।

Leave A Reply

Your email address will not be published.