mobile header

ସୁମଙ୍ଗଲମ ପଞ୍ଚଭୂତ ସମ୍ମିଳନୀ ଧାରା, ସୋଆରେ ଆୟୋଜିତ ହେବ “ବାୟୁ” ସମ୍ମିଳନୀ

ଭୁବନେଶ୍ୱର, ୩୦/୧୧: ପ୍ରକୃତିରେ ସବୁକିଛି ୫ଟି ଉପାଦାନ ବା ପଂଚ ମହାଭୂତ-ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ । ଏଥି ମଧ୍ୟରୁ ଗୋଟି ଉପାଦାନରେ ଅସନ୍ତୁଳନ ଦେଖାଦେଲେ କିମ୍ବା କୌଣସି କ୍ଷତି ଘଟିଲେ ମାନବ ଜଗତ ଉପରେ ବିପଦ ଦେଖା ଦେଇଥାଏ । ଜୀବଜଗତର ଦୀର୍ଘସ୍ଥାୟିତ୍ୱ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଜରୁରୀ । ଏହି ବାର୍ତାର ପ୍ରଚାରପ୍ରସାର ନିମନ୍ତେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି “ବାୟୁ-ମହତ୍ୱପୂ୍‌ର୍ଣ୍ଣ ଜୀବନ ଶକ୍ତି” ସମ୍ମିଳନୀ । ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ସମ୍ମିଳନୀ ଆୟୋଜିତ ହେବ । “ସୁମଙ୍ଗଳମ୍ ପଂଚମହାଭୂତ ସମ୍ମିଳନୀ ଶୃଙ୍ଖଳା”ର ଅଂଶବିଶେଷ ସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ହେଉଥିôବା ଆଜାଦୀ କା ଅମୃତ ମହୋତ୍ସବ ଭାବନା ଅନୁରୂପ ତଥା ଦେଶରେ ସ୍ୱଚ୍ଛ ବାୟୁର ଆବଶ୍ୟକତା ଉପରେ ବିଚାରମନ୍ଥନ କରିବା ଲାଗି “ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି” ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିରେ ବିଭିନ୍ନ ବାୟୁ ଗୁଣବତା ପ୍ରସଙ୍ଗରେ ଆଲୋଚନା ହେବ । ଜଳବାୟୁ ପରିବର୍ତନ ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକ ଆଲୋଚନା ଠାରୁ ଆରମ୍ଭ କରି ପ୍ରାଚୀନ ଶାସ୍ତ୍ର ଓ ଗ୍ରନ୍ଥରେ ବାୟୁ ଗୁଣବତା ବଜାୟ ରଖିବା ଲାଗି ଦିଆଯାଇଥିବା ଜ୍ଞାନକୁ ବୁଝିବା ଲାଗି ସମ୍ମିଳନୀରେ ବିଚାରବିମର୍ଶ କରାଯିବ ।

ଏହି ତିନି ଦିନିଆ ସମ୍ମିଳନୀରେ ଓଡ଼ିଶାର ରାଜ୍ୟାପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ, ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ, କଟକ ସାଂସଦ ଶ୍ରୀ ଭର୍ତୃହରି ମହତାବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବେ ।

ଏହି ସମ୍ମିଳନୀରେ ୫୦୦ ରୁ ଅଧିକ ବିଶେଷଜ୍ଞ. ଛାତ୍ରଛାତ୍ରୀ, ଶିକ୍ଷାବିତ୍‌, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ କମିଟିର ପ୍ରତିନିଧି, ପୌରପାଳିକା ଆୟୁକ୍ତ, ରାଜ୍ୟ ପରିବେଶ ସଚିବଗଣ, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଅଂଶଗ୍ରହଣ କରିବେ ।

ପୃଥିବୀ ଭବିଷ୍ୟତ ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନ୍ୟସ୍ତ ରହିଛି । ବାୟୁ ମାନ ଖରାପ ହେବା ଜନିତ ସମସ୍ୟାର ସମାଧାନ ଦିଗରେ ଯୁବପିଢ଼ିଙ୍କ ଅଭିନବ ଉପାୟକୁ ଗଠନମୂଳକ ଢ଼ଙ୍ଗରେ ବିନିଯୋଗ କରିବା ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟ ନେଇ ଡିସେମ୍ବର ୨ ତାରିଖରେ ଯୁବପିଢ଼ିଙ୍କୁ ନେଇ ଏକ ଅଧିବେଶନ ଆୟୋଜନ କରାଯିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତନ, ମାନବ ସ୍ୱାସ୍ଥ୍ୟ, ଐତିହ୍ୟ ଅଧ୍ୟୟନ, କୃଷି ପ୍ରସଙ୍ଗ, ପ୍ରଶମନ ପଦକ୍ଷେପ ଆଦି ଉପରେ ବିଚାରବିମର୍ଶ କରାଯିବ ।

ଏହି ଅବସରରେ ବାୟୁ ଗୁଣବତା, ପ୍ରାକୃତିକ ବିକଳ୍ପ ଏବଂ ଓଡ଼ିଶାର ଐତିହ୍ୟ ଆଦି ବିଷୟକୁ ପ୍ରଦର୍ଶିତ କରୁଥିବା ଏକ ଜନସଚେତନତା ପ୍ରଦର୍ଶନୀ ଆୟୋଜନ କରାଯିବ ।

ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରୁଥିବା ସହରମାନଙ୍କୁ “ଜାତୀୟ ସ୍ୱଚ୍ଛ ବାୟୁ ସହର” ପୁରସ୍କାର ଦିଆଯିବ । ସ୍ୱଚ୍ଛ ବାୟୁ ସର୍ବେକ୍ଷଣର ଫଳାଫଳ ଆଧାରରେ ବାୟୁ ଗୁଣବତା ଲକ୍ଷ୍ୟ ହାସଲ କରିଥିବା ଏବଂ ସୁଧାରମୂଳକ, ନିରାକରଣଯୋଗ୍ୟ ଓ ପ୍ରଶମନ ପଦକ୍ଷେପ ଗ୍ରହଣ କରିଥିବା ୯ଟି ସହରକୁ ଏହି ପୁରସ୍କାର ଦିଆଯିବ । ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ ଲାଗି ୫ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବ ।

ବାୟୁ ସମ୍ମିଳନୀର ଉଦ୍ଦେଶ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶଦାରମାନଙ୍କୁ ଏକତ୍ରିତ କରି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ଆମର ବାୟୁ ଗୁଣବତା ଲକ୍ଷ୍ୟକୁ ହାସଲ କରିବା ଲାଗି ସରକାରଙ୍କ ଦ୍ୱାରା କରାଯାଇଥିବା ବହୁମୂଖି ପ୍ରୟାସ ନିର୍ମାଣ କରିବା ।

ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ହେଉଥିବା ସମାରୋହରେ ଜଳଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି ଏକ ବିଶାଳ ଭାଗିଦାରୀ ଆଧାରିତ କାର୍ଯ୍ୟକ୍ରମ ହେବ ।

Leave A Reply

Your email address will not be published.