mobile header

ଫାଇନାନ୍ସ କମ୍ପାନୀକୁ ୫୬ ଲକ୍ଷ ଟଙ୍କାର ଚୁନ; ୨ ଅଧିକାରୀ ଗିରଫ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ଖୁଣ୍ଟା ବଜାରେ ଥିବା ଆଶ୍ରୀବାଦ ମାଇକ୍ର ଫାଇନାନ୍ସ (ସ୍ୱର୍ଣ୍ଣ ବନ୍ଧକ) ରୁଣ ପ୍ରଦାନକାରୀ ସଂସ୍ଥାର ଦୁଇ କର୍ମଚାରୀଙ୍କ ଦ୍ଵାରା ବ୍ୟାପକ ହେରାଫେରି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସଂପୃକ୍ତ ସଂସ୍ଥା ମୁଖ୍ୟ ଶାଖା ପରିଚାଳକ ଓ ଅତିରିକ୍ତ ଶାଖା ପରିଚାଳକ ଦୁଇ ଅଧିକାରିଙ୍କୁ ଅଟକ ରଖିଛି ପୋଲିସ ।
ଘଟଣାରୁ ପ୍ରକାଶ ଯେ, ଗତ କିଛି ବର୍ଷ ପୂର୍ବେ ଖୁଣ୍ଟା ମୁଖ୍ୟ ବଜାରରେ ଆଶ୍ରୀବାଦ ମାଇକ୍ର ଫାଇନାନ୍ସର ଏକ ଶାଖା ଖୋଲାଯାଇଥିଲା । ଏହି ଶାଖା ମାଧ୍ୟମରେ ସ୍ୱର୍ଣ୍ଣ ଅଳଙ୍କାର ବନ୍ଧକ ରଖାଯାଇ ରୁଣ ମଞ୍ଜୁର କରାଯାଇଥାଏ । ମାତ୍ର ଏହି ଶାଖାରେ ବ୍ୟାପକ ହେରାଫେରି ହୋଇଥିବା ବିଭାଗୀୟ ଉଚ୍ଚ ପଦାଧିକାରୀ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଉକ୍ତ ସଂସ୍ଥାର ରିଜିଓନାଲ ମେନେଜର ମନୋଜ ଜେନା ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଶ୍ରୀ ଜେନାଙ୍କ ଅଭିଯୋଗ ଅନୁଯାୟୀ ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଖୁଣ୍ଟା ଶାଖା ମୁଖ୍ୟ ପରିଚାଳକ ଦିପ୍ତୀରଂଜନ ମହାପାତ୍ର ଏବଂ ଅତିରିକ୍ତ ପରିଚାଳକ ରାମକ୍ରିଷ୍ଣ ବାରିକ କମ୍ପାନୀର ଟଙ୍କାରୁ ୨୩ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା, ୨୯ ଲକ୍ଷ ରୁ ଅଧିକ ଟଙ୍କାର ୮୬୦ ଗ୍ରାମର ସୁନା ଅଳଙ୍କାର ସମେତ ସୁଧ ବାବଦ ଟଙ୍କାକୁ ମିଶାଇ ମୋଟ ୫୬ ଲକ୍ଷ ୮୬ ହଜାର ୩୪୮ ଟଙ୍କାର ହେରା ଫେରି କରିଥିବା ଜଣିବାକୁ ପାଇଥିଲେ । ଏବଂ ଏ ଚାଞ୍ଚକତା ସଂମ୍ପର୍କରେ ଖୁଣ୍ଟା ଥାନାର ଅଭିଯୋଗ କରିଥିଲେ । ଯାହାକୁ ନେଇ ଗୁରୁବାର ଦିନ ଉକ୍ତ ସଂସ୍ଥା ର ବରିଷ୍ଠ ଅଧିକାରୀଗଣ ଖୁଣ୍ଟା ଶାଖାରେ ପହଞ୍ଚି ପୁନଃ ତଦନ୍ତ ଜାରି ରଖିଛନ୍ତି । ଅପରପକ୍ଷେ ଅଭିଯୋଗକୁ ଭିତ୍ତି କରି ଖୁଣ୍ଟା ଥାନାରେ କେସ ନମ୍ବର ୩୪୦/ ୨୨ ରେ ଏକ ମାମଲା ରୁଜ କରିଛି ପୋଲିସ । ଏବଂ ଖୁଣ୍ଟା ଶାଖାର ମୁଖ୍ୟ ପରିଚାଳକ ଦିପ୍ତିରଞ୍ଜନ ମହାପାତ୍ର ଏବଂ ଅତିରିକ୍ତ ଶାଖା ପରିଚାଳକ ରାମକୃଷ୍ଣ ବାରିକଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ ପକାଶ କରିଛି ।

Leave A Reply

Your email address will not be published.