mobile header

ପୂର୍ବତନ କଂଗ୍ରେସ ସାଂସଦ ଏବଂ ପୂର୍ବତନ ମନ୍ତ୍ରୀଙ୍କ କନ୍ୟା ବିଜେପିରେ ମିଶିଲେ

ପଦ୍ମପୁର/ବରଗଡ ତା.୦୧/୧୨ – ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼.କୃପାସିନ୍ଧୁ ଭୋଇଙ୍କର ସୁପୁତ୍ର ତଥା ପୂର୍ବତନ କଂଗ୍ରେସ ସାଂସଦ ଇଂ.ସଞ୍ଜୟ ଭୋଇ ଏବଂ ପୂର୍ବତନ ମନ୍ତ୍ରୀ ଡ଼.ମୁରାରୀ ମିଶ୍ରଙ୍କ କନ୍ୟା ତଥା ସକ୍ରିୟ ବିଜେଡି କର୍ମୀ ଶ୍ରୀମତୀ ରାଜଲଷ୍ମୀ ମିଶ୍ର ଦ୍ୱୟ ଆଜି ବିଧିବଦ୍ଧ ଭାବେ ବିଜେପିର ଯୋଗଦେଲେ ।

ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ହୋଇ ଥିବା ଯୋଗଦାନ କାର୍ଯ୍ୟକ୍ରମରେ ବିଯେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଓ ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଦୁହିଁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଲରେ ମିଶେଇଥିଲେ । ବରଗଡ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ତାଙ୍କର ସ୍ବାଗତ ବାର୍ତ୍ତରେ ଦୁହିଁଙ୍କ ସବିଶେଷ ପରିଚୟ ପ୍ରଦାନ ସହିତ ଅଞ୍ଚଳବସୀଙ୍କ ପ୍ରତୀ ଡ. କୃପାସିନ୍ଧୁ ଭୋଇ ଓ ଡ.ମୁରାରୀ ମିଶ୍ରଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ପରେ ଉଭୟ ଯୋଗଦାନକାରୀ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ…
ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଙ୍କର କାର୍ଯ୍ୟଶୈଳୀ ଓ ଜନମଙ୍ଗଳକାରୀ ଯୋଜନା ରେ ପ୍ରଭାବିତ ହୋଇ ସେମାନେ ବିଜେପି ରେ ଯୋଗ ଦେଇଛନ୍ତି ।

ଆଜିର ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ, ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.