mobile header

କେଜିବିଭି କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଫୁଲବାଣୀ, ୦୩/୧୨: ଶନିବାର ବିଭିନ୍ନ ଦାବି ପୂରଣ ନେଇ କନ୍ଧମାଳ ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବି ପୂରଣ ନେଇ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ପ୍ରଦାନ କରିଥିଲେ l ସଂଗଠନର ସଭାନେତ୍ରୀ ଶ୍ରୀମତୀ ବୈଜୟନ୍ତୀ ମାଳା ମହାପାତ୍ରଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ପାଟିଲଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ସେମାନଙ୍କ ଦାବି ମଧ୍ୟରେ ଦରମା ବୃଦ୍ଧି ସହ ଇନ୍କ୍ରିମେଣ୍ଟ, ହାଉସ ରେଂଟ ଓ ଡିଏ ପ୍ରଦାନ କରିବା l ସରକାର ଵିଶେଷ କରି ବାଳିକା ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶହ ଶହ ଆଦିବାସୀ ବାଳିକା ମାନକୁ ସ୍କୁଲ ମୁହଁl କରିବା ସହ ସେମାନଙ୍କୁ ହଷ୍ଟେଲରେ ରଖି ଦିନ ରାତି ସେମାନଙ୍କ ନିରନ୍ତର ସେବା ଓ ସୁରକ୍ଷା ଦାୟିତ୍ୱରେ ରହି କାର୍ଯ୍ୟ ସୁଚାରୁରୂପେ ପାଳନ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଚାକିରୀର ସ୍ଥାୟୀତ୍ୱ ନେଇ ଗୁରୁତ୍ୱର ସହ ବିଚାର ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଭାନେତ୍ରୀ ଶ୍ରୀମତୀ ବୈଜୟନ୍ତିଵାଳା ମହାପାତ୍ର କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସଙ୍ଘ ସମ୍ପାଦିକା ଗୀତାରାଣୀ ପ୍ରଧାନ, କୋଷାଧକ୍ଷ ପ୍ରିୟମ୍ବଦା ବିଶୋଇ, ସଂଗୀତା କର ପ୍ରମୁଖଙ୍କ ସହ ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମଚାରୀ ମାନେ ଯୋଗ ଦେଇଥିଲେ l ଏଥି ସହ ସଂଗଠନ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଭେଟି ଦାବି ପତ୍ର ପ୍ରଦାନ କରିଥିବା କଥା ସଭାନେତ୍ରୀ ଶ୍ରୀମତୀ ମହାପାତ୍ର କହିଛନ୍ତି l

Leave A Reply

Your email address will not be published.