mobile header

ସମ୍‌ରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଭୁବନେଶ୍ୱର, ୦୩/୧୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏଡସ୍ ରୋଗର ଭୟାବହତା ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ବେଳେ ଏହାର ନିରାକରଣ ନିମନ୍ତେ ବିଶ୍ୱବ୍ୟାପି ଡିସେମ୍ବର ୧ ତାରିଖରେ ସମସ୍ତ ସେବା ଓ ଚିକିତ୍ସା କେନ୍ଦ୍ର ଗୁଡିକରେ ପାଳିତ କରାଯାଇଥାଏ । ଏହି ରୋଗରୁ କିପରି ସମ୍ପୂର୍ଣ୍ଣ ମୁକ୍ତ ଏବଂ ପ୍ରତ୍ୟେକ ଜନସାଧାରଣ କିପରି ଏକ ଏଡସ୍ ମୁକ୍ତ ସୁସ୍ଥ ଜୀବନଯାପନ କରିବେ ଏହାକୁ ପାଳନ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ ।

ସମ୍‌ର ପ୍ରତ୍ୟେକ ବିଭାଗର ଓପିଡ଼ି ମାନଙ୍କରେ ଚିକିତ୍ସାବିତ୍‌ମାନେ ଏହି ରୋଗର ଭୟାବହତା, ଲକ୍ଷଣ, ନିଦାନ ଓ ଚିକିତ୍ସା ସଚେତନତା ଉପରେ ପ୍ରତ୍ୟେକ ରୋଗୀମାନଙ୍କୁ ସେମାନଙ୍କ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ସମ୍‌ର ଜାମୁଝରିସ୍ଥିତ ଗୋ ୀ ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ପ୍ରଶିକ୍ଷଣ କେନ୍ଦ୍ରରେ ମଧ୍ୟ ଏହି ପରି ଅନୂରୂପ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ବାଉରିବନ୍ଧୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ କୁଇଜ ପ୍ରତିଯୋଗିତା ଆୟୋଜନ କରାଯିବା ସହ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଏବଂ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅନୁ ।ନର ଅଧିକ୍ଷକ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଜାମୁଝରି ସ୍ୱାସ୍ଥ୍ୟକେନ୍ଦ୍ରର କମ୍ୟୁନିଟି ମେଡିସିନ୍ ବିଭାଗର ଡାକ୍ତର ଗୁରୁକୃଷ୍ଣ ମହାପାତ୍ର, ଡାକ୍ତର ବିକାଶ ନାୟକ, ଡାକ୍ତର ସୁମିତ୍ରା ସ୍ୱାଇଁ ଓ ଡାକ୍ତର ରିତିକ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସୁଚନା ଯୋଗ୍ୟ ଓଡ଼ିଶା ଷ୍ଟେଟ୍ ଏଡସ୍ ସେଲ୍ (ଙଝଇଉଝ) ପ୍ରୋଜେକ୍ଟ ଡାଇରେକ୍ଟର ଡାକ୍ତର ନିର୍ମଳା ମିଶ୍ର, ଉପନିର୍ଦ୍ଦେଶକ ଡାକ୍ତର ଅରବିନ୍ଦ ବେହେରା ପ୍ରମୂଖ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିଲେ ।

Leave A Reply

Your email address will not be published.