mobile header

ବିବାହ ବନ୍ଧନରେ ବାନ୍ଧି ହେଲେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ନନ୍ଦିନୀ ଓ କରୁଣା

ଫୁଲବାଣୀ, ୦୪/୧୨: ବାଜୁଛି ସାହା ନାଇ, ଶୁଭୁଚି ଶଙ୍ଖ, ନାଚ ଗୀତ ସାଙ୍ଗକୁ ବାଜା ବି ବାଜୁଛି l ସବୁ ଆଡେ ଖୁସିର ମାହୋଲ l ଏ ଦୃଶ୍ୟ ହେଉଛି ଫୁଲବାଣୀ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଥିବା ରାଧାକୃଷ୍ଣ ମନ୍ଦିରର l ସରକାରଙ୍କ ଆକର୍ଷଣୀୟ ପ୍ୟାକେଜରେ ଆକର୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମନ ବଳାଇ ୨ ମାଓବାଦୀ ନନ୍ଦିନୀ ଓ କରୁଣା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ l ସ୍ୱପ୍ନିତl ପାଟ୍ଟ ମାଝୀ ଓରଫ ନନ୍ଦିନୀ ୨୦୧୯ରେ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଫୁଲବତୀ ଉସେଣ୍ଡି ଓରଫ କରୁଣା ୨୦୨୧ରେ ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ l କରୁଣା ଛତିଶଗଡ଼ କଙ୍କର ଜିଲ୍ଲାର ଦୂରଖଣ୍ଡାଳ ପୋଲିସ ଥାନା ଅନ୍ତର୍ଗତ ଗୁମୁଡି ଗ୍ରାମର ହୋଇଥିବା ବେଳେ ନନ୍ଦିନୀ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିରଲା ପଞ୍ଚାୟତର ଗୁଡ଼ରି ଗ୍ରାମର l ତେବେ ସେ ଦୁହେଁ ଅବିବାହିତ ଥିବାରୁ ସେମାନଙ୍କୁ ପୋଲିସ ସହଯୋଗରେ ରବିବାର ବିବାହ ଉତ୍ସଵର ଆୟୋଜନ କରାଯାଉଛି l ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ କରିଛି ଜିଲ୍ଲା ପୋଲିସ l ବେଦି ସଜାଠୁ ଆରମ୍ଭ କରି ବିବାହ ସାମଗ୍ରି, ବରଯାତ୍ରୀ ସ୍ଵାଗତ ସହ ଭୋଜିଭାତ ବ୍ୟବସ୍ଥା ହୋଇଥିଲା ପୋଲିସ ରିଜର୍ଭ ପଡିଆରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ଏହି ଦୁଇ ଜଣଙ୍କ ରବିବାର ବିବାହ ହୋଇଥିଲା l କନ୍ଧମାଳ ପୋଲିସ ଏସପିଙ୍କ ନିର୍ଦେଶ କ୍ରମେ ପୋଲିସ ଏସବୁ ଆୟୋଜନ କରିଛି l ବିବାହ ଭୋଜିଠୁ ଆରମ୍ଭ କରି ଲୁଗାପଟା, ସାଜସଜ୍ଜା ଆଦି ବ୍ୟବସ୍ଥା କରିଛି ପୋଲିସ l କନ୍ଧମାଳର ଦାରିଙ୍ଗବାଡି ଅଞ୍ଚଳର ବିନୋଦଙ୍କ ସହ ନନ୍ଦିନୀର ବିବାହ କରିଥିବା ବେଳେ କରୁଣା ଜି. ଉଦୟଗିରିର ସ୍ଵପ୍ନେଶ୍ଵରକୁ ବିବାହ କରିଥିଲେ l ଏହି ବିବାହରେ ଉଭୟ ବେଶ ଖୁସି ଥିବା ସେମାନେ କହିଛନ୍ତି l ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ କନ୍ଧମାଳ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ l

Leave A Reply

Your email address will not be published.