
ଫୁଲବାଣୀ, ୦୪/୧୨: ରବିବାର ସକାଳେ ଫୁଲବାଣୀ ସହର ଠାରୁ କିଛି ଦୂର ଡ଼ାଙ୍ଗାଣିକିଆ ଗ୍ରାମରେ ଏକ ଛଅ ଫୁଟର ଅଜଗର ସାପ ଘରେ ପଶି ଯାଇଥିବା ନେଇ କଂସ ଡିଗାଲ ନାମକ ଜଣେ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ ଆବାହକ ଭି ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ l ଖବର ପାଇବା ପରେ ଟିମ୍ ସଦସ୍ୟ ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି, ଅନ୍ତର୍ଯ୍ୟାମୀ ପ୍ରଧାନ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାପଟିକୁ ସୁଦୂର ଜଙ୍ଗଲରେ ଛାଡି ଦେଇଥିଲେ । ଟିମ୍ ହୁମାନ୍ୟଟି ସଦସ୍ୟଙ୍କ ସାହାଯ୍ୟ ମନୋଭାବ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ କଂସ ଡିଗାଲଙ୍କ ପରିବାର ସମେତ ଉକ୍ତ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।