
ଫୁଲବାଣୀ, ୦୪/୧୨: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତର ଲଣ୍ଡାପାଜୁ ଗାଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶିଳା ରୟ ଶନିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତର ଦୁର୍ଗମ ତଥା ଅବହେଳିତ ଲଣ୍ଡାପାଜୁ ଗ୍ରାମଙ୍କୁ ପରିଦର୍ଶନରେ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ସମସ୍ୟା ପଚାରି ବୁଝିଥିଲେ l ସଚିବଙ୍କ ସହ ସରକାରୀ ପିପି ବିଜୟ ପଟ୍ଟନାୟକ, ପିଏଲ୍ଭି ଅଶୋକ କୁମାର ପ୍ରଧାନ ଓ ଡି ଏଲଏସ୍ ର ଧାନ ରଞ୍ଜନ ସାହୁ ମଧ୍ୟ ପରିଦର୍ଶନରେ ଯାଇଥିଲେ ଏବଂ ଚକାପାଦ ବିଡ଼ିଓ ଅନିଲ ପଟନାୟକଙ୍କ ସମେତ ତହସିଲଦାର, ଆଇଆଇସି, ହଟିକଲ୍ଚର କର୍ମଚାରୀ ଏବିଓ ତଥା ଅନ୍ୟ ସରକାରୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ l ବିଶେଷ ଭାବେ ଗାଁକୁ ଆଜି ଯାଏଁ ସ୍ଥାୟୀ ରାସ୍ତା ଟିଏ ନାହିଁ, ପାନୀୟ ଜଳ ସମସ୍ୟା, ଥିବା ସହ ଗରିବ ଗୁରୁବାଙ୍କର ଇନ୍ଦିରା ଆବାସ ବା ବିଜୁପକ୍କା ଘର ଟିଏ ନାହିଁ ବହୁ ଅସୁବିଧାର ସମ୍ମୁଖୀନ ପଡୁଛି ଲୋକ ମାନଙ୍କୁ l ସେହି ପରି ଅଙ୍ଗନବାଡ଼ି ଘର ନାହିଁ, ବିଦ୍ୟାଳୟଟିଏ ନାହିଁ ସରକାରୀ ଯୋଜନା କଣ ଜାଣନ୍ତିନି ଏମାନେ l ତେବେ ସଚିବଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ ଗ୍ରାମବାସୀ ଆଉ ଏଣିକି ସେମାନଙ୍କ ଦୂର ହେଵ ନିଶ୍ଚୟ ବୋଲି ଆଶା କରିଛନ୍ତି l