mobile header

ସୋଆ କୃଷି ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବିଶ୍ୱ ମୃତିକା ଦିବସ ପାଳିତ

ଭୁବନେଶ୍ୱର,୫ /୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃତିକା ଦିବସ’ ପାଳିତ ହୋଇଛି ।

ଭୁବନେଶ୍ୱର ଉପକଣ୍ଠ ଛତାବର, ମେଣ୍ଢାଶାଳ, ଅନ୍ଧାରୁଆ, ଭୋଳା ଓ କାଟେଣି ଗ୍ରାମରେ ଏହି ଦିବସ ପାଳିତ ହୋଇଛି । ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ଡକ୍ଟର ପ୍ରଣୟ ରାୟ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ମାନସ ପଟେଲ, କୁମାର ସମ୍ଭବ ଗିରି, ଡଃ ରାମ ପ୍ରସାଦ ନନ୍ଦୀ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ମୃତିକାର ସ୍ୱାସ୍ଥ୍ୟ ଓ ଫସଲ ଅମଳ ଉପରେ ଏହା କିପରି ପ୍ରଭାବ ପକାଇଥାଏ ତାହା ଉପରେ ବିଷଦ ଆଲୋଚନା କରିଥିଲେ । ମୃତିକାର ଉତମ ସ୍ୱାସ୍ଥ୍ୟ ହିଁ ଅଧିକ ଅମଳର ଭିତିଭୂମି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ଚତୁ୍‌ର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଯୋଜିତ ହେଉଥିବା ରାୱେ କାର୍ଯ୍ୟକ୍ରମରେ ମୃତିକା ଦିବସ ସଚେତନତା କାର୍ଯ୍ୟକ୍ରମ ଗ୍ରାମ ମାନଙ୍କର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପାଳନ କରାଯାଇଥିଲା । ଏହି କାଯ୍ୟକ୍ରମରେ ଅଗ୍ରଣୀ କୃଷକ ଓ ଗ୍ରାମବାସୀ ମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଉତ୍ସବରେ ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ବିଜୟ କୁମାର ସାହୁ, ସହକାରୀ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ, ରାୱେ ର ସଂଯୋଜକ ଡକ୍ଟର ଅଂଶୁମାନ ଜେନା ମଧ୍ୟ ଯୋଗ ଦେଇ କୃଷକ ମାନଙ୍କୁ ମୃତିକାର ଉତମ ସ୍ୱାସ୍ଥ୍ୟକୁ ନେଇ ସଚେତନ ହେବା ଉଚିତ ବୋଲି କହିଥିଲେ । ଡକ୍ଟର ଭୁବନାନନ୍ଦ ଅଧିକାରୀ ,ଅଧ୍ୟାପକ ଦୀପ୍ତନୁ ଦତ ଓ ଡକ୍ଟର ସବ୍ୟସାଚୀ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.