
ଫୁଲବାଣୀ, ୦୬/୧୨: ସ୍ଥାନୀୟ ସରକାରୀ ଆଇଟିଆଇ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ସ୍ଵେଚ୍ଛାସେବୀ ଦିବସ ପାଳିତ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସରକାରୀ ଆଇଟିଆଇ ଫୁଲବାଣୀର ଅଧ୍ୟକ୍ଷ ଇଂଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରକାରୀ ଆଇଟିଆଇ ଫୁଲବାଣୀର ଅଧ୍ୟାପକ ପ୍ରଶାନ୍ତ ମିଶ୍ର, ଦୀପକ ରଂଜନ ପାଢ଼ୀ, ସତ୍ୟବ୍ରତ ପାଣିଗ୍ରାହୀ, ସ୍ମୃତିରଞ୍ଜନ ଦାସ, କୁମାର ଗୌରବ ମହାପାତ୍ର ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମକୁ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ସ୍ଥାନ ସୁଜିତ ବଳିୟାର ସିଂହ, ଦ୍ୱିତୀୟ ସ୍ଥାନ ଶ୍ରଦ୍ଧାଞ୍ଜଳି ଭୋଇ, ତୃତୀୟ ସ୍ଥାନ ପ୍ରତିମା କହଁର ହୋଇଥିଲେ। ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। କୁଇଜ୍ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଦିବସରେ ଆଇଟିଆଇ କ୍ୟାମ୍ପସ ପରିସର ମଧ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ସୋନାଲି ଦିଗାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।