mobile header

କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳି ବିନିମୟ, ୨ ମାଓବାଦୀଙ୍କ ମୃତ୍ୟୁ ସୂଚନା

ଫୁଲବାଣୀ, ୦୬/୧୨: ମଙ୍ଗଳବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡା ଥାନା ଅଞ୍ଚଳରେ ଏସଓଜିର କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା l ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା l ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଦୁଇ ଜଣ ଯାକ ମହିଳା କ୍ୟାଡର ମାଓବାଦୀ ବୋଲି ସୂଚନା ମିଳିଛି l ସୁରକ୍ଷାକର୍ମୀ ମାନେ ମାଓ କ୍ୟାମ୍ପକୁ ଧ୍ୱସ୍ତ କରିବା ସହ ମାଓ ସମଗ୍ରୀ ଜବତ କରିଥିବା ଜଣାପଡିଛି l ସେଥି ମଧ୍ୟରେ ୭/୮ ବନ୍ଧୁକ, ଗୁଳି ସମେତ ବହୁ ଅସବାବ ପତ୍ର ରହିଥିବା କୁହାଯାଉଛି l ଏବେ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଚାଲିଥିବା ଯୋଗୁଁ ମାଓବାଦୀ ମାନେ ଜିଲାରେ କାଳେ କିଛି ଅଘଟଣ ଘଟାଇବେ ତାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କମ୍ବିଙ୍ଗ କରାଯାଉଥିବା ବେଳେ ଆଜି ମାଓବାଦୀ ସହ ପୋଲିସର ମୁହଁlମୁହିଁ ହୋଇଥିଲା l ତେବେ ଏ ନେଇ ପୋଲିସ ଏସପି କୌଣସି ସୂଚନା ଦେଇନାହାନ୍ତିl

Leave A Reply

Your email address will not be published.