
ଫୁଲବାଣୀ, ୦୬/୧୨: ମଙ୍ଗଳବାର ଜାଗ୍ରତ କନ୍ଧମାଳ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ଃ. ବାବା ସାହେବ ଆମ୍ବେଦକରଙ୍କ ୬୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ସଂଗଠନ ମୁଖ୍ୟ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ରାଲି ସହର ର ମୁଖ୍ୟ ରାସ୍ତା ଦେଇ ସଭାଗୃହରେ ପହଞ୍ଚିଥିଲା l ଏହି ଅବସରରେ ବରିଷ୍ଠ ଆଇନଜୀବୀ, ସାମ୍ବାଦିକ ତଥା ସଂଗଠକ ଓ ସମାଜସେବୀ ସତ୍ୟନାରାୟଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ତହସିଲଦାର ଏମ. ଅନୁରାଧା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶ୍ରମିକ ନେତା ଘନ କୁମାର ଶବର, ସାଂସଦ ମୁନିସିପାଲିଟି ପ୍ରତିନିଧି ତଥା କଣ୍ଠଶିଳ୍ପୀ, ଅଭିନେତା ଜଳନ୍ଧର ବେହେରା, ସଭାପତି ପ୍ରଶାନ୍ତ ମହାନ୍ତି, ଅଧ୍ୟାପିକା ତଥା ସାହିତ୍ୟିକ ଜ୍ୟୋତିର୍ମୟୀ କହଁର, ପୂଜାରୀ ଖଣ୍ଡାୟତ ସଭାପତି ଶ୍ୱେତବନ ପୂଜାରୀ, ଖଜୁରୀପଡା ବ୍ଲକ ଉପାଧ୍ୟକ୍ଷ ଅମିତ ଡିଗାଲ, ଜିଲ୍ଲା ସୁଦ ସମାଜ ସଭାପତି ଅରୁଣ ନାୟକ, କନ୍ଧ ଗୌଡ଼ ସଭାପତି ପ୍ରେମାନନ୍ଦ ମାଝୀ, ବୌଦ୍ଧ ଅଞ୍ଚଳର ସମାଜସେବୀ ଦଶରଥ ବେହେରା, ମଞ୍ଜୁଶ୍ରୀ ପ୍ରଧାନ, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା, ରମେଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ସମ୍ବିଧାନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟଙ୍କ ପାଇଁ ସମାନ ଅଧିକାର ଦେଇଥିଲେ ବୋଲି ମତବ୍ୟକ୍ତ କରିବା ସହ ଦେଶ ସ୍ଵାଧୀନରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୁର୍ଣ ଥିଲା ବୋଲି ଆହୁରି କହିଥିଲେ l ଏହି ଅବସରରେ ଆଦର୍ଶ ମହିଳା ଓ ମା ଭାବରେ ପ୍ରଧାନ ଶିକ୍ଷୟତ୍ରୀ ଡ଼ଃ ଲିନା ଚାନ୍ଦଙ୍କ ସମେତ ସାତ ଜଣ ମହିଳାଙ୍କୁ ସଂଗଠନ ପକ୍ଷରୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l