
ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ଆଜି ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଦାବି ନେଇ ଧାରଣାରେ ବସିଥବା ଅଙ୍ଗନବାଡି କର୍ମୀ ଏବଂ ଆଶାକର୍ମୀଙ୍କୁ ଭେଟି ସେମାନଙ୍କୁ ସମର୍ଥନ ଜଣାଇଛନ୍ତି। ଏନେଇ କଂଗ୍ରେସ ତରଫରୁ ସରକାରଙ୍କୁ ଘେରାଯିବ ବୋଲି ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଧମକ ଦେଇଛନ୍ତି। ତୃଣମୂଳସ୍ତରରେ ଏହି ଦୁଇ ମହିଳା କର୍ମଚାରୀମାନେ କାମ କରି ଜିଲ୍ଲାର ବହୁ ସମସ୍ୟାକୁ ଦୁର କରିବାରେ ସହାୟକ ହୋଇଛନ୍ତି। ତେଣୁ ସରକାର ଏମାନଙ୍କର ନ୍ୟାର୍ଯ୍ୟ ଦାବିକୁ ତୁରନ୍ତ ପୂରଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା। ଏହା ପରେ ଜିଲ୍ଲା କଂଗ୍ରେସ ତରଫରୁ ସିଡିଏମଓଙ୍କୁ ଭେଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ଉପଚାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟଲେଟ ମେସିନ ବସାଇବା ପାଇଁ ଦାବି କରାଯାଇଥିଲା। ଜିଲ୍ଲାର ଡେଙ୍ଗୁ ରୋଗି କୋରାପୁଟ ମେଡିକାଲ ସହ ବାହାର ରାଜ୍ୟର ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି। ତେଣୁ ତୁରନ୍ତ ଦାବି ପୂରଣ କରାଯାଉ ବୋଲି କଂଗ୍ରେସ କହିଥିଲା। ସେହିପରି ପୌର ପରିଷଦରେ ହେଉଥିବା ଦୁର୍ନୀତିକୁ ଅଧିକାରୀଙ୍କୁ ଭେଟିଲା କଂଗ୍ରେସ ପୌର ପରିଷଦରେ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କା ବାଟମାରଣା ସହ ପୌର ପରିଷଦରେ ରହିଥିବା ପକୋରୀଗୁଡିକର ଟେଣ୍ଡର ଫିକ୍ସିଂ ହେବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରାଯାଇଥିଲା। ଏହି ଦାବିଗୁଡିକ ଉପସ୍ଥାପନା ବେଳେ କଂଗ୍ରେସର ଜି.ଶ୍ରୀନୀବାସ ରାଓ, ପ୍ରାଣକୃଷ୍ଣ ମଣ୍ଡଳ, ସରୋଜ ପାତ୍ର, ଇର୍ମା ପଡିଆମି ପ୍ରମୁଖ ଉପସ୍ଥିତ ଥିଲେ।