ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଗୁଳି ବିନିମୟ: ୨ ମହିଳା କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଓ ବହୁ ମାଓ ସାମଗ୍ରୀ ଜବତ

ଫୁଲବାଣୀ, ୦୭/୧୨: କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା l ମଙ୍ଗଳବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ହୋଇଥିଲା ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଦୁଇ ଜଣ ମହିଳା କ୍ୟାଡ଼ର ମାଓବାଦୀ ମୃତ୍ୟୁବରଣ କରିଥିଲେ ଏବଂ ସର୍ଚ୍ଚ ଅପରେଶନ ବେଳେ ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ମଙ୍ଗଳବାର ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ଏସ୍ଓଜି ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସିମାନ୍ତ ଗୋଛlପଡ଼l ଥାନା ଅଞ୍ଚଳର ମାଟାକୂପl ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଦୀର୍ଘ ସମୟ ଗୁଳି ବିନିମୟ ଘଟିବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ କେକେବିଏନ ସଂଗଠନର ଦୁଇ ମହିଳା କ୍ୟାଡ଼ର ମାଓବାଦୀ ମୃତ୍ୟୁବରଣ କରିଥିଲେ । ଏହା ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସମ୍ପୃକ୍ତ ଅଞ୍ଚଳରେ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଅନ୍ୟପଟେ ଘଟଣାସ୍ଥଳରୁ ଗୋଟିଏ ଇନ୍ସାସ୍ ରାଇଫଲ, ତିନୋଟି ଦେଶି ବନ୍ଧୁକ ସମେତ ମାଓ ପୁସ୍ତକ, ତାର, ସୋଲାର ପ୍ଲେଟ୍, ଇନଶାସ ବନ୍ଧୁକ, 3 not 3 ଦୁଇଟି ବନ୍ଧୁକ, ଗୁଳି, ନଗଦ ୫ ହାଜର ୮ ଶହ ଟଙ୍କା, ବିଦ୍ୟୁତ୍ ତାର, ମେଡିସିନ୍ ଭଳି ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ପୋଲିସ କହିଛି । ମାଓଗଡ଼କୁ ଭାଙ୍ଗିବା ପାଇଁ ପୋଲିସ କୁମ୍ବିଂ ଅପରେସନ ଜୋରଦାର୍ କରିଛି l ଗୁଳି ବିନିମୟରେ କିଛି ମାଓବାଦୀ ଆହତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ଆଇଜି ଅପରେସନ୍ ଅମିତାଭ ଠାକୁର l ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୀବ ପଣ୍ଡା, ଇଣ୍ଟିଲିଜେନ୍ସ ଡାଇରେକ୍ଟର ଭିତଲ କୁମାର ଆଡିସନାଲ ଡିଜି ସିଆରପିଏଫ, ଅନିରୁଦ୍ଧ ସିଂ D. I. G, ଏସ କେ ମହାନ୍ତି, ଆଇଜି ସତ୍ୟବ୍ରତ ଭୋଇ ଦକ୍ଷୀଣlଆଞ୍ଚଳ ଡିଆଇଜି, ଏସପି ଭିନୀତ ଅଗ୍ରୱାଲ, ଏସ୍ଡ଼ିପିଓ ଜି. ରାଘବେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.