
ମାଲକାନଗିରି,୭/୧୨: ମାଲକାନଗିରି ଜିଲ୍ଲାରେ ପୁଣି ଜଣେ ବିବାହିତ ମହିଳା ନିର୍ଯାତିତ ହୋଇଛନ୍ତି। ଘଟଣା ଘଟିଛି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୮୨ ଗ୍ରାମରେ। ଗତ ୨୦୧୭ ମସିହାରେ ଏମଭି-୧୪ ଗ୍ରାମର ସୁପ୍ରିୟା ବେପାରୀ ଏମଭି-୮୨ ଗ୍ରାମର ଅଶୋକ ବିଶ୍ୱାସଙ୍କୁ ବିବାହ କରିଥିଲେ। ସବୁ ଠିକ ଠକ ଥିଲା। କିନ୍ତୁ କିଛି ଦିନ ହେଲା ସ୍ୱାମୀ ଅଶୋକ ଆଉ ଜଣେ ଝିଅକୁ ଭଲ ପାଇ ମୋତେ ନିର୍ଯାତନା ଦେଉଥିବା ସୁପ୍ରିୟା ଅଭିଯୋଗ କରିଛନ୍ତି। ଯୌତୁକ ନିର୍ଯାତନା ଦେବା ସହ ଘରୁ ତଡି ଦେଇଥିବା ମହିଳା ଅଭିଯୋଗ କରିଛନ୍ତି। ମୋ ସ୍ୱାମୀ ଭଲ ପାଉଥିବା ଝିଅ ଘର ହେଲା ଏମଭି-୭୨। ସେହି ଝିଅ ମୋ ସ୍ୱାମୀକୁ ବ୍ଲାକମେଲ କରୁଛି। ତୋ ପତ୍ନୀକୁ ନଛାଡ଼ିଲେ ମୁଁ ତୋତେ ବ୍ଲାକମେଲ କରିବି ବୋଲି ଧମକ ଦେଉଛି। ତେଣୁ ମୋ ସ୍ୱାମୀ ମୋତେ ଘରୁ ତଡି ଦେଇଛନ୍ତି। ମୋତେ ନ୍ୟାୟ ଦିଆଯାଉ କହି ଏସପିଙ୍କ ଦ୍ବାରସ୍ଥ ହୋଇଛି ସୁପ୍ରିୟା। ତେବେ ଏନେଇ ଏମଭି-୭୯ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା, କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସୁପ୍ରିୟା ଅଭିଯୋଗ କରିଛନ୍ତି।