
ମାଲକାନଗିରି: ମାଲକାନଗିରି ଜିଲ୍ଲା କ୍ୟୁ ନାଇଁନ ହୋଟେଲ ଠlରେ ଆମ ଆଦମୀ ପାର୍ଟି, ଦିଲ୍ଲୀ ଏମସିଡିର ବିଜୟ ଉପଲକ୍ଷେ ମାଲକାନଗିରି ଜିଲ୍ଲରେ ବିଜୟ ଉତ୍ସବ ପାଳନ କରାଯାଉଅଛି l ଗତ ୧୫ ବର୍ଷ ବିଜେପି ଅଧୀନରେ ଏମସିଡି ଥିଲା, ବିଜେପିର ନକରାତ୍ମକ ପ୍ରଚାର ବିଫଳ ହୋଇଯାଇଛି l ୨୫୦ ଆସନରୁ ୧୩୪ ଆସନରେ ଆମ ଆଦମୀ ପାର୍ଟି ବିଜୟ ଲାଭ କରିଛି l ଜନତା କେଜ୍ରିୱାଲଙ୍କ କାମର ରାଜନୀତିକୁ ଆହ୍ୱାନ କରିଛନ୍ତି l ଏହି ବିଜୟ ଉତ୍ସବରେ ଆମ ଆଦମୀ ପାର୍ଟି, ମାଲକାନଗିରି ଜିଲ୍ଲା ସଭାପତି କେ. ଦେଶିରlଜୁ ଅଚାରୀଙ୍କ ନେତୃତ୍ୱରେ ହୋଟେଲ କ୍ୟୁ ନାଇନ୍ଠାରେ ଆୟୋଜନ କରାଯାଇଥିଲା l ମାଲକାନଗିରି ଜିଲ୍ଲାରେ ମଧ୍ୟ ଆନନ୍ଦ ଉଲ୍ଲାସ ସହ କର୍ମୀ ବିଜୟ ଉତ୍ସବ ପାଳନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଓ ଆପର ସକ୍ରିୟ କର୍ମୀ ରବିନ୍ଦ୍ର ନାଥ ମାଢି, ମାଥିଲି ବ୍ଲକ ସଭାପତି ସନ୍ତୁ କୁମାର ବିଶ୍ୱାସ, ରାମମୂର୍ତ୍ତି କିର୍ଷାନୀ, ସମୀର ବୈରାଗୀ, ବିଜୁଳି ସରକାର, ଜିତେନ୍ଦ୍ର ନାୟକ, ହରିପଦ ରାଏ, ବୁଦ୍ଧ ଦେବ କିର୍ଷାନୀ, କୃଷ୍ଣ ନାୟକ ଅନ୍ୟାୟ ସକ୍ରିୟା କର୍ମୀ ଉପସ୍ଥିତ ଥିଲେ l