mobile header

ଆସନ୍ତା ଜାନୁଆରୀ ୨୫ରୁ ୨୯ରେ କନ୍ଧମାଳ ମହୋତ୍ସବ ୨୦୨୩

ଫୁଲବାଣୀ, ୦୭/୧୨: ଆସନ୍ତା ଜାନୁଆରୀ ମାସ ୨୫ରୁ ୨୯ ଯାଏ ୫ ଦିନବ୍ୟାପୀ ସଦର ମହକୁମା ଫୁଲବାଣୀ ଠାରେ ଜ଼ିଲ୍ଲାର କଳା ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ କନ୍ଧମାଳ ମହୋତ୍ସବ ୨୦୨୩ ଅନୁଷ୍ଠିତ ହେବ l ଏଥି ପାଇଁ ବୁଧବାର ଅପରାହ୍ନ ଚାରିଟାରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l କରୋନା ସଂକ୍ରମଣ ପାଇଁ ତିନି ବର୍ଷ ଧରି ବନ୍ଦ ଥିଲା ମହୋତ୍ସବ l କନ୍ଧମାଳ ମହୋତ୍ସବକୁ ଆକର୍ଷଣୀୟ କରିବା ସହ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଅଭ୍ୟର୍ଥନା କମିଟି, ପରିଚାଳନା କମିଟି, ଅର୍ଥ କମିଟି, ସଭେନିୟର କମିଟି, ଖାଦ୍ୟ କମିଟି, ସାଂସ୍କୃତିକ କମିଟି ଆଦି ପନ୍ଦରଟି କମିଟି ଗଠନ ହୋଇଛି l ପ୍ରତ୍ୟହ ସନ୍ଧ୍ୟାରେ ଜିଲ୍ଲା ଓ ଜିଲ୍ଲା ବାହାର ଓ ରାଜ୍ୟ ବାହାର ନାମୀ ଦାମୀ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ l ଅନ୍ୟ ମାନଙ୍କମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦେଶକ ଡ଼ିଆରଡିଏ ବିଶ୍ୱରଂଜନ ନାୟକ, ଉପଜିଲ୍ଲାପାଳ ଫୁଲବାଣୀ ଶେଷ ଦେବ ମିଶ୍ର, ପିଏ ଆଇଟିଡିଏ ନରେଶ ଶବର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା, ଅର ମାସ ମୁଖ୍ୟ ଦୁର୍ଗାପ୍ରସାଦ ଭୂୟାଁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, କୁଇ ନେତା ଲମ୍ବୋଦର କହଁର, ବୁଦ୍ଧିଜୀବୀ, କଳାକାର, ସାମ୍ବାଦିକ, ବରିଷ୍ଠ ନାଗରିକ, ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ସ୍ୱଛତା ଅବଲମ୍ବନ କରିବା ପାଇଁ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ ଜେନା ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.