mobile header

ମାଳି ଜାତିକୁ ଆଦିବାସୀ ମାନ୍ୟତା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ

ମାଲକାନଗିରି,୯/୧୨: ମାଳି ଜାତିକୁ ଆଦିବାସୀ ମାନ୍ୟତା ଦାବି ଜୋର ଧରିଲା। ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳି ଜାତିର ଶହ ଶହ ଲୋକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଏଥିରେ ଉଲ୍ଲେଖ କରାଯାଇଛି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳି ଜାତିକୁ ଏବଂ ପାହାଡିଆ ଜନଜାତିଙ୍କୁ ଆଦିବାସୀରେ ଅନ୍ତର୍ଭୁକ୍ତ କରିବାକୁ ବିଭିନ୍ନ ପ୍ରମାଣିକ ନଥିପତ୍ର ବହୁ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ମାଳି ସମାଜ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ସାମ୍ବିଧାନିକ ଓ ପ୍ରଶାସନିକ ସ୍ତରରେ ଏହାକୁ ଓଡିଶାରେ ସ୍ବୀକୃତି ମିଳିନାହିଁ। ଫଳରେ ଏହି ଜାତିର ଶିକ୍ଷିତ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ବିଭିନ୍ନ ସଂରକ୍ଷଣ ଓ ଚାକିରି ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ମାଳି ଜାତିକୁ ଜନଜାତି ରୂପେ ମାନ୍ୟତା ପ୍ରଦାନ ନେଇ ପତ୍ର ସଂଖ୍ୟା ୨୦୧୭ ଓ ୨୦୧୮ ମସିହାରେ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ଜାତିକୁ ବର୍ତ୍ତମାନ ସୁଦ୍ଧା ସ୍ବୀକୃତି ମିଳିନଥିବାରୁ ପୁଣି ଆଲୋଚନା କରି ଏହି ଜାତିକୁ ଜନଜାତିରେ ମିଶାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ଜାତିର ଲୋକେ ଅନୁରୋଧ କରିଛନ୍ତି। ପ୍ରକାଶ ଥାଉକି ନିକଟରେ ଓଡିଶା ସରକାରଙ୍କ ବିଭାଗ ତରଫରୁ ମାଳି ଜାତି ସହ ଅବିଭକ୍ତ କୋରାପୁଟ ଜିଲ୍ଲାରର ଅନ୍ୟାନ୍ୟ ଆଦିବାସୀ ସଂପ୍ରଦାୟ ମଧ୍ୟରେ ପ୍ରଚଳିତ ସଂସ୍କୃତି ଓ ପରମ୍ପରା ସଂପର୍କରେ ଏକ ତୁଳନାତ୍ମକ ସର୍ବେକ୍ଷଣ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଥିଲା। ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ମାଳି ଜାତିକୁ ଜନଜାତିର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଓଡିଶାରେ ଏହାକୁ ପୁଣି ତର୍ଜମା କରାଯାଇ ଏହି ଜାତିକୁ ଜାନଜାତିରେ ସାମିଲ କରାଯାଉ। ବହୁ ସରକାରୀ ସୁବିଧା କ୍ଷେତ୍ରରେ ଏହି ଜାତି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୁଣି ରାଜ୍ୟ ଆଦିବାସୀ ଗବେଷଣା କେନ୍ଦ୍ର ତରଫରୁ ଦୁଇ ଦୁଇ ଥର ମାଳି ସମାଜର ସର୍ବେକ୍ଷଣ ରିପୋର୍ଟ ଓଡିଶା ସରକାରଙ୍କୁ ଦାଖଲ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ଯାଇପାରୁନଥିବା କୁହାଯାଇଛି। ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଓଡିଶା ସରକାର ଏହାର ବିଧି ବ୍ୟବସ୍ଥା ନକରନ୍ତି ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳି ସମାଜ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହେଲେ ସେଥିପାଇଁ ଓଡିଶା ସରକାର ଦାୟୀ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଏହି ଧାରଣରେ ମାଳି ସମାଜର ସଭାପତି ଦାଶରଥୀ ମାଳି, ଉପସଭାପତି ତିଳକ ମାଳି, କାର୍ଯ୍ୟକାରୀ ସଭାପତି ଅମିଦ୍ର ଖରା, କୋଷାଧ୍ୟକ୍ଷ ଦୈତାରୀ ଖିଲ, ସାଂଗଠାନିକ ସଂପାଦକ ଚିତ୍ରସେନ ନାୟକ, ଅବିଭକ୍ତ କୋରାପୁଟ ଜିଲ୍ଲାର ସଂପାଦକ ଦୈତାରୀ ଖିଲ ସମେତ ଶତାଧିକ ମାଳି ସମାଜର ଲୋକେ ଉପସ୍ଥିତ ଥିଲେ।

Leave A Reply

Your email address will not be published.