
ମାଲକାନଗିରି: ମାଲକାନଗିରି ପୋୖର ପରିଷଦରେ ଆଜି ମୁକ୍ତା ଯୋଜନାକୁ ନେଇ ୟୁଏଲବି ସ୍ତରୀୟ ବୈଠକ ଅଧକ୍ଷା ଶ୍ରୀମତୀ କବିତା ମାହୁନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୋୖର ପରିଷଦର ୧୯ ଗୋଟି ୱାର୍ଡରୁ ଆସିଥିବା ପ୍ରସ୍ତାବିତ ସମ୍ପୂର୍ଣ କାର୍ଯ୍ୟ ତାଲିକା ମୁକ୍ତା ଯୋଜନା ମାଧ୍ୟମରେ ଉନ୍ନୟନ ମୂଳକ କାର୍ଯ୍ୟ, ନୂତନ ପ୍ରକଳ୍ପ, ମୌଳିକ ସମସ୍ୟାର ସମାଧାନ ଆଦି ଦିଗରେ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ମାଲକାନଗିରି ଉପ ପୋୖର ଅଧଃକ୍ଷା କବିତା ମାହୁନ୍ତ, ପୋୖର ଅଧିକାରୀ ଶ୍ରୀ କାହ୍ନୁ ଚରଣ ପଟ୍ଟନାୟକ, ପୌର ଯନ୍ତ୍ରୀ ଶ୍ରୀ ଇନ୍ଦୁ ମାଧବ ସରକାର, ମୁକ୍ତା ଯୋଜନାର ପ୍ରକଳ୍ପ ସଂଯୋଜକ ଶ୍ରୀ ସୁମନ ଗୋରଡ଼ା, ସହରାଞ୍ଚଳ ମିଶନ ପରିଚାଳକ ଜଗନ୍ନାଥ ଖେମୁଡୁ, କନିଷ୍ଠ ଯନ୍ତ୍ରୀ ସୁଭକାନ୍ତ ଜେନା, କମ୍ୟୁନିଟି ଅର୍ଗାନିଜ଼ର ଶ୍ରୀମତୀ ଆରତୀ ମହାପାତ୍ର ମୁକ୍ତା ଯୋଜନା ଯନ୍ତ୍ରୀ ଶ୍ରୀ ଆନନ୍ଦ ମାଲୋ, ମୁକ୍ତା ଆକାଉଣ୍ଟାଟ ଶ୍ରୀ ସତ୍ୟ ପ୍ରକାଶ ମହାପାତ୍ର, ରିକଲାମେସନ ଏସ୍ଡ଼ିଏ ସଭାପତି କେ ରାହୁଲ, ସେକ୍ରେଟାରୀ ସତ୍ୟଜିତ ଗୌଡ଼ ଓ ବଦ୍ରୀନାଥ ମହାସଂଘର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପୂର୍ଣ ଆବଶ୍ୟକ କାର୍ଯ୍ୟ ଗୁଡିକର ଏକ ତାଲିକା ପ୍ରସ୍ତୁତ କରି ଯଥା ଶୀଘ୍ର ସରକାରଙ୍କ ଅନୁମୋଦନ ପାଇଁ ପ୍ରେରଣ କରିଯିବା ପାଇଁ ନିଷ୍ପତ୍ତି ନିଆଗଲା ।