xmas

ଜିଲ୍ଲା ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଆଜି ସଦରମହକୁମା ନଗର ଭବନ ଠାରେ ଜିଲ୍ଲା ବିଜେପି ତରଫରୁ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ଥିବା ବିଜେପି ସଙ୍ଗଠନକୁ ମଜବୁତ କରିବା ଓ ଯୁବ ମୋର୍ଚ୍ଚା ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ବୈଠକର ମୂଳ ଲକ୍ଷ୍ୟ ଥିବା ଜିଲ୍ଲା ସଭାପତି ଶ୍ରୀ ନିମାଇଁ ଚନ୍ଦ୍ର ପାଲ ନିଜ ଅଭିଭାଷଣରେ କହିଥିଲେ । ମାଲକାନଗିରି ଜିଲ୍ଲା ପ୍ରଭାରୀ କାଳିରାମ ମାଝୀ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ୧୯୫୧ ମସିହାରୁ ନିଜର ସଂଗ୍ରାମ ଜାରି ରଖିଛି । ବିଗତ ଦିନରେ ଜିଲ୍ଲାରେ ହୋଇଥିବା ପ୍ରମୁଖ ନିର୍ବାଚନରେ ଦଳ ପରାଜୟ ସ୍ୱୀକାର କରିଥିଲେ ମଧ୍ୟ ଆଜି ଏହାର କର୍ମକର୍ତ୍ତା ହାର ମାନିନାହାନ୍ତି । ଗତକାଲି ଗୁଜୁରାଟ ନିର୍ବାଚନରେ ବିଜେପିର ବିପୁଳ ବିଜୟ କେବଳ କର୍ମକର୍ତ୍ତାଙ୍କ ଯୋଗୁଁ ହୋଇ ପାରିଥିଲା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜ ଅଭିଭାଷଣରେ କହିଥିଲେ ।ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ତାହାର ସଫଳତାର ଶ୍ରେୟ ରାଜ୍ୟ ସରକାର ନେଉଛନ୍ତି । ସ୍ଥାନୀୟ ଅଫିସର ମାନେ ବିଜେପି କର୍ମୀଙ୍କୁ ସବୁ ସମୟରେ ଦ୍ରୁର୍ବ୍ୟଭାର କରିବା ସହ ରାଜନୈତିକ ଦଳର ଏଜେଣ୍ଟ ସାଜିଛନ୍ତି । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକରେ ବିଜେପି କର୍ମକର୍ତ୍ତା ଆନ୍ଦୋଳନ କରିବା ସହ ଜିଲ୍ଲାରେ ହେଉଥିବା ବିଭିନ୍ନ କାର୍ଯ୍ୟର ଆରଟିଆଇ ଜରିଆରେ ତଥ୍ୟ ଯୋଗାଡ଼ କରିବେ । ଆଜିର ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ଶ୍ରୀ ଆଦିତ୍ୟ ମାଢି ନିଜର ଅସୁସ୍ଥତା ଯୋଗୁଁ ବହୁ ଦିନ ଧରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିବା ଏବଂ ସମସ୍ତ କର୍ମୀ ଓ ଜନସାଧାରଣଙ୍କ ଯୋଗୁଁ ଆଜି ସେ ଏହାଠାରେ ପହଞ୍ଚି ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଚିତ୍ରକୋଣ୍ଡା ବିଧାୟକ ପାର୍ଥି ଶ୍ରୀ ପଦୁମାଝୀ ,ବାଲିମେଳା ଏନଏସି ଚେୟାରମ୍ୟାନ ପ୍ରଦୀପ ନାୟକ, ବ୍ଲକ ଉପାଧକ୍ଷ ନିରଞ୍ଜନ ହାଲଦାର, ଜିଲ୍ଲା ବିଜେପି ପ୍ରମୁଖ ନିମାଇଁ ପାଲ, ଜିଲ୍ଲା ସମ୍ପାଦକ ମାଣିକ ଲାଲ ଚକ୍ରବର୍ତ୍ତୀ, ବିଧାୟକ ପ୍ରତିନିଧି ନବଘନ ଲୋକେଇ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ପଡ଼ିଆମୀଙ୍କ ସହ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.