
ଫୁଲବାଣୀ, ୧୧/୧୨: କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରୀକ ମାନେ ସୁରକ୍ଷିତ ଭାବେ ରହିବା ସହ ନ୍ୟାୟ ଓ ହକ ପାଇବେ ସେ ନେଇ ରବିବାର ବରିଷ୍ଠ ନାଗରିକ କମିଟିର ଏକ ଗୁରୁତ୍ୱପୂର୍ଣ ବୈଠକ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା l ମିଳିତ ନାଗରିକ କମିଟି ସଭାପତି ଡ଼ଃ ଅରୂପ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ତଥା ପୂର୍ବତନ ନଗରପାଳ କମଳା କାନ୍ତ ପାଣ୍ଡେ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପଣ୍ଡିତ ଅନନ୍ତ ନାରାୟଣ ମିଶ୍ର, ପ୍ରଣବ ମଣ୍ଡଳ ଯୋଗ ଦେଇ ଏହି ସଙ୍ଗଠନ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ଦେଇ ଆସିଛି l ବିଭିନ୍ନ ସମୟରେ ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଛି ଆଗକୁ ଆହୁରି ଅନେକ ଗଠନ ମୂଳକ କାର୍ଯ୍ୟ ହାତକୁ ନିଆଯିବ ଏଣୁ ଏଥିରେ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ l ଅମୀୟ ଦାଶ, ପ୍ରଣବ ମଣ୍ଡଳ, ସାମ୍ବାଦିକ ବିଜୟ ମହାନ୍ତି, ରାଜେନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସଙ୍ଘକୁ ସୁଦୃଢ଼ କରିବା ଲାଗି ଗଠନ ମୂଳକ ପରାମର୍ଶ ଦେଇଥିଲେ l ସଙ୍ଘର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଭେଦ ଭାବ ମନାନ୍ତର ଓ ମତାନ୍ତର ଭୁଲି ଏକଜୁଟ ହୋଇ କାମ କାଲେ ଅଧିକ ସୁଫଳ ମିଳିବ ବୋଲି କହିଥିଲେ l