mobile header

ୟୁକୋ ପାର୍କରେ ବଣଭୋଜିକୁ ନେଇ ଜନ ଅସନ୍ତୋଷ

ଚିତ୍ରକୋଣ୍ଡା: ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ଆଦିବାସୀ ବହୁଳ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ଏକ ମାତ୍ର ମନୋରଞ୍ଜନ ସ୍ଥଳୀ ହେଉଛି ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନରେ ଥିବା ଚିତ୍ରକୋଣ୍ଡା ୟୁକୋ ପାର୍କ l ପାର୍କ ଆରମ୍ଭ ଦିନ ଠାରୁ ଚିତ୍ରକୋଣ୍ଡା ଠାରୁ ଆଖ ପାଖ ପଡୋଶୀ ଅଞ୍ଚଳ ଜିଲା ତଥା ରାଜ୍ୟର ଜନସାଧାରଣ ଉକ୍ତ ପାର୍କରେ ସୁଚାରୁ ରୂପେ ଭୋଜି କରି ଖାଇବା ସହ ପାର୍କକୁ ମନଭରି ଉପଭୋଗ କରନ୍ତି ଏବଂ ବୋଟିଙ୍ଗ ମଜା ନିଅନ୍ତି l ସମସ୍ତଙ୍କ ପାଇଁ ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା, ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳ ଭଣ୍ଡାର ଏବଂ ସାକୃବନ୍ଧା ଝୁଲା ବ୍ରିଜ ବୁଲିବାକୁ ଆସିଲେ ଭୋଜି ପାଇଁ ପ୍ରକୋଷ୍ଠ ସ୍ଥଳୀ ପାଲଟି ଥିଲା ଚିତ୍ରକୋଣ୍ଡା ୟୁକୋ ପାର୍କ l ପ୍ରତି ରବିବାର ଦିନ ଠାରୁ ଆରମ୍ଭ କରି ଶୀତ ଆଗମନ ସମୟରୁ ଦୈନିକ ପାଞ୍ଚରୁ ଦଶ ଗୋଟି ପିକନିକ ଟିମ ଉକ୍ତ ପାର୍କ ମଧ୍ୟରେ ଆନନ୍ଦର ସହ ବଣ ଭୋଜି ସହିତ ହସ ଖୁସିରେ ବୁଲାବୁଲି କରି ଆସୁଥିଲେ l ଯାହାକି ସମସ୍ତ ଜନସାଧାରଣଙ୍କ ପାଇଁ ଉକ୍ତ ଚିତ୍ରକୋଣ୍ଡା ୟୁକୋ ପାର୍କ ସ୍ୱତନ୍ତ୍ର ଭାବେ ଭୋଜି ପାଇଁ ଉତକୃଷ୍ଟ ଏବଂ ଆନନ୍ଦଦାୟକ ହୋଇଥିବାର ନଜିର ରହିଛି l ଲୋକେ ମନଭରି ଉପଭୋଗ କରୁଥିଲେ l ଚିତ୍ରକୋଣ୍ଡା ବନାଞ୍ଚଳ ମଧ୍ୟ ଭଲ ରେଭେନିଉ ଆଦାୟ ହେଉଥିଲା l ଦୁଃଖରେ ବିଷୟ କରୋନା କଟକଣା ସମୟରେ ପାର୍କଟି କିଛି ଦିନ ବନ୍ଦ ହେବା ପରେ କରୋନା କଟକଣା ଉଠିଯିବା ପରେ ଉକ୍ତ ପାର୍କରୁ ଜନସାଧାରଣ ଭୋଜି କରୁଥିବା କାର୍ଯ୍ୟକ୍ରମକୁ ଉଠାଇ ଦିଆଯାଇଛି ଫଳରେ ଚିତ୍ରକୋଣ୍ଡା ଅଞ୍ଚଳର ଜନସାଧାରଣଙ୍କ ସମେତ ବାହ୍ୟ ପଡୋଶୀ ଅଞ୍ଚଳର ଲୋକେ ଉକ୍ତ ଭୋଜି କରିବା ସେବାରୁ ବଞ୍ଚିତ ହେବା ସହିତ ଜନସାଧାରଣ ମନରେ କ୍ଷୋଭ ଏବଂ ଅସନ୍ତୋଷ ଦେଖା ଦେଇଛି l ସମସ୍ତ ଜନସାଧାରଣ ନିମନ୍ତେ ଗୋଟିଏ ମାତ୍ର ଉପଯୁକ୍ତ ଭୋଜି ସ୍ଥଳକୁ ବନ୍ଦ କରାଯିବା ଦ୍ଵାରା ଲୋକେ କେମିତି ବୁଲିବା ଏବଂ କେଉଁ ଠାରେ ଭୋଜି କରି ଖାଇବା ନେଇ ସମସ୍ୟା ଉପୁଜିଛି ଲୋକେ ୟୁକୋ ପାର୍କ ର ଭୋଜି କଟକଣା କୁ ନେଇ ୟୁକୋ ପାର୍କ ପ୍ରତି ବାଧ୍ୟ ହୋଇ ବାଧ୍ୟ୍ୟବାଧକତାରେ ମନଉଣା କରି ଅନ୍ୟତ୍ର ଜାଗାରେ ଭୋଜି କରି ବୁଲି ଥିବାର ଦେଖିବାକୁ ମିଳୁଛି l ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କୁ ଚିତ୍ରକୋଣ୍ଡା ୟୁକୋ ପାର୍କରେ ଭୋଜି ନିମନ୍ତେ ଅନୁମତି ମାଗିଲେ ସେ ପାର୍କରେ ଭୋଜି ହେବା ଦ୍ଵାରା ବିଭିନ୍ନ ସମସ୍ୟା ହେଉଛି ଜିଲାର ଉଚ୍ଚ ଅଧିକାରୀ ଅନୁମତି ନାହିଁ ଅନୁମତି ନମିଳିଲେ ଭୋଜି କରିବାକୁ ଅନୁମତି ଦେଇହେବ ନାହିଁ ରୋକ ଠୋକ ମନା କରିଦେଉଛନ୍ତି l ଯାହା ଦ୍ଵାରା ଜନସାଧାରଣ ମନରେ ଘୋର ଆଘାତ ସୃଷ୍ଟି ହେଉଛି ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ହୋଇ ଥିବା ପାର୍କରେ ଲୋକେ ଭୋଜି କରିନପାରିବା ପରିତାପର ବିଷୟ l ଯଦି ସମସ୍ୟା ଅଛି ଜନସାଧାରଣଙ୍କୁ ସୁହାଇଲା ଭଳି ନିର୍ଦ୍ଧିଷ୍ଟ ଦେୟ ରାଶି ସ୍ଥିର କରି ଚୁକ୍ତ ଭିତିରେ ଭୋଜି ନିମନ୍ତେ ଅନୁମତି ପ୍ରଦାନ କରାଯାଉ ଯଦ୍ଵାରା ଲୋକେ ୟୁକୋ ପାର୍କରେ ଭୋଜିର ଫାଇଦା ଉଠାଇ ପାରିବେ ବନ ବିଭାଗର ରେଭେନିଉ ଆଦାୟ ମଧ୍ୟ ହୋଇ ପାରିବ l ଅବିଳମ୍ବେ ଜିଲା ପ୍ରଶାସନ ଜନସାଧାରଣ ସମସ୍ୟାଙ୍କୁ ଆଖି ଆଗରେ ରଖି ପାର୍କ ପରିଷରରେ ଭୋଜି କରିବା ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି l

Leave A Reply

Your email address will not be published.